ଏଣିକି ରେଳ ଷ୍ଟେସନ୍‌ରେ ଲାଗିବ ନାହିଁ ଗରମ, ରେଳବାଇ କରିଛି ଏହି ଖାସ୍‌ ବନ୍ଦୋବସ୍ତ

ନୂଆଦିଲ୍ଲୀ: ଗରମ ଦିନେ ଯାତ୍ରା କରିବା ଦ୍ୱାରା ଯାତ୍ରୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଖରାଦିନେ ରେଳ ଷ୍ଟେସନ୍‌ମାନଙ୍କରେ ବି ପ୍ରବଳ ଗରମ ଲାଗିଥାଏ। କିନ୍ତୁ ଏବେ ଏହି ତାପମାତ୍ରାକୁ କମ୍‌ କରିବା ପାଇଁ ଭାରତୀୟ ରେଳବାଇ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଏହି ବ୍ୟବସ୍ଥା ଦ୍ୱାରା ପ୍ଲାଟଫର୍ମରେ ଅପେକ୍ଷା କରି ରହିଥିବା ଯାତ୍ରୀଙ୍କୁ ଗରମରୁ ମୁକ୍ତ ମିଳି ପାରିବ। ତେଣୁ ଯାତ୍ରୀଙ୍କ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ମଥୁରା ଜଙ୍କସନ୍‌ରେ ‘ମିଷ୍ଟ କୁଲିଂ ସିଷ୍ଟମ’ ଲଗା ଯାଇଛି।

zeenews

ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶ, ମଥୁରା ଷ୍ଟେସନ୍‌ରେ ଲଗାଯାଇଥିବା ‘ମିଷ୍ଟ କୁଲିଂ ସିଷ୍ଟମ’ ପ୍ଲେଟଫର୍ମରେ ତାପମାତ୍ରା ୭ରୁ ୮ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ କରିଦେବ। ଏହି ସିଷ୍ଟମ ଏୟାର କଣ୍ଡିସନିଂ ଭଳି କାମ କରିଥାଏ। ଏବଂ ତାପମାତ୍ରାକୁ କମ କରି ଥଣ୍ଡା ରଖିଥାଏ। ବିଶେଷ କଥାଟି ହେଉଛି ଏହି ସିଷ୍ଟମକୁ ସହଜରେ ଲଗା ଯାଇ ପାରିଥାଏ। ଚଳିତ ବର୍ଷ ରେଳବାଇ ମଥୁର ଜଙ୍କସନ୍‌ର ମେକଓଭର କରିଛି। ଏହି ମେକଓଭର ମନ୍ତ୍ରାଳୟର ବ୍ୟୁଟିସିୟନ୍‌ ଆଣ୍ଡ ରି-ଡେଭଲପମେଣ୍ଟ ପ୍ରୋଗାମ୍‌ ଆଧାରରେ କରାଯାଇଛି।

India Finance News

ଆଗାମୀ ଦିନରେ ଜୟପୁର ଜଙ୍କସନ୍‌, ହରିଦ୍ୱାର ରେଳ ଷ୍ଟେସନ୍‌, ନୂଆଦିଲ୍ଲୀ ରେଳ ଷ୍ଟେସନ୍‌, ତିରୁପତି ରେଳ ଷ୍ଟେସନ, ଲୋନାବାଲା, ପଟନା ଜଙ୍କସନ୍‌, ସାଇନଗର ଶିରିଡି ଷ୍ଟେସନ୍‌ ଆଦି ସ୍ଥାନରେ ଏହି ସୁବିଧା ଉପଲବ୍ଧ କରାଯିବ। ସମ୍ପ୍ରତି ଗାନ୍ଧିନଗର ଓ ହବିବଗଞ୍ଜ ରେଲ ଷ୍ଟେସନ୍‌ରେ ମେକ୍‌ଓଭର କାମ ଚାଲୁଛି।

ସମ୍ବନ୍ଧିତ ଖବର