ଟ୍ରାନ୍ସିଅନ ହୋଲଡିଂର ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଇନଫିନିକ୍ସର ହଟ୍ ଏସ୍-୩ ସେଲଫି ସ୍ମାର୍ଟଫୋନ୍ର କୁଲ୍ ଟୋପାଜ୍ ବ୍ଲୁ ରଙ୍ଗର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ୧୦ ହଜାର ଟଙ୍କା ମୂଲ୍ୟ ବର୍ଗରେ ଉପଲବ୍ଧ ହେଉଛି। ନୂଆ ବ୍ଲୁ ରଙ୍ଗ ସହିତ ଏହା ବ୍ଲୁଶ୍ ଗୋଲ୍ଡ ଏବଂ ସ୍ୟାଣ୍ଡ୍ ଷ୍ଟୋନ୍ ବ୍ଲାକ୍ ରଙ୍ଗରେ ମଧ୍ୟ ଉପଲବ୍ଧ ହେଉଛି।
ଏଥିରେ ୨୦ଏମ୍ପି ସେଲଫି କ୍ୟାମେରା ସହିତ ଡୁଆଲ୍ ସଫ୍ଟ ଫ୍ଲାଶ୍ ଲାଇଟ୍ ରହିଛି। ଏଥିରେ ଫୁଲ୍ ଭିୟୁ ସେଲଫି ମୋଡ୍, ୧୩ ଏମ୍ପି ପଛ କ୍ୟାମେରା,ପିଡିଏଏଫ୍ ଏବଂ ଏପ୍-୨.୦ ଆପେରଚର୍, ଟଚ୍ ଫୋକସ୍, ଏଚ୍ଡିଆର୍, ପାନୋରାମା ଏବଂ ୧୦୮୦ ପି ଭିଡ଼ିଓ ରେକର୍ଡିଂ ଆଦି ବୈଶିଷ୍ଟ୍ୟ ରହିଛି। ଏଥିରେ ୧୮:୯ ଆସପେକ୍ଟ ଅନୁପାତ, ୫.୬୫ ଇଞ୍ଚ ସ୍କ୍ରିନ୍, ୮୧ ପ୍ରତିଶତ ସ୍କ୍ରିନ୍ ବଡି ଅନୁପାତ ଆଦି ରହିଛି। ଏହି ସ୍ମାର୍ଟଫୋନ୍ରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୪୩୦ ଅକ୍ଟାକୋର୍ ପ୍ରୋସେସର, ଆଣ୍ଡ୍ରଏଡ୍ ଓରିଓ ୮.୦ ପ୍ଲସ୍ ଏକ୍ସଓଏ୍-୩.୦ ୟୁଜର ଇଂଟରଫେସ୍, ୪୦୦୦ଏମଏଏଚ୍ ସୁପର ବ୍ୟାଟେରୀ, ୧୨୮ ଜିବି ବର୍ଦ୍ଧିତ ମେମୋରୀ, ଫିଙ୍ଗର ପ୍ରିଣ୍ଟ ସେନସର୍ ଆଦି ବୈଶିଷ୍ଟ୍ୟ ରହିଛି। ଏହାର ୩ଜିବି ରାମ୍, ୩୨ ଜିବି ରମ୍ ଇଣ୍ଟରନାଲ ମେମୋରୀ ଫୋନ୍ର ମୂଲ୍ୟ ୮,୯୯୯ ଟଙ୍କା ରହିଛି। ସେହିପରି ଏହାର ୪ଜିବି ରାମ୍, ୬୪ ଜିବି ରମ୍ ଇଣ୍ଟରନାଲ ମେମୋରୀ ଫୋନ୍ର ମୂଲ୍ୟ ୧୦,୯୯୯ଟଙ୍କା ରହିଛି।