ଜିଓ ଘୋଷଣା କଲା ଜିଓଫାଇ ଏକ୍ସଚେଞ୍ଜ ଅଫର, ମିଳିବ ୨୨୦୦ ଟଙ୍କାର କ୍ୟାସବ୍ୟାକ

ମୁମ୍ବାଇ : ରିଲାଏନ୍ସ ଜିଓ ତରଫରୁ ଏକ ନୂଆ ଆକର୍ଷଣୀୟ ୨୨ଶହ ଟଙ୍କାର କ୍ୟାସବ୍ୟାକ ଅଫର ସଂପର୍କରେ ଘୋଷଣା କରାଯାଇଛି । ଏହି ଅଫର ମାଧ୍ୟମରେ ଗ୍ରାହକମାନେ ନିଜର ପୁରୁଣା ଓ୍ଵାଇଫାଇ ହଟସ୍ପଟ୍‌ ଏକ୍ସଚେଞ୍ଜ କରିପାରିବେ । ତେବେ ଏହି ଅଫଟି ସୀମିତ ସମୟ ପାଇଁ ଉପଲବ୍ଧ ହେଉଛି । ଏଣୁ ଯଥାଶୀଘ୍ର ଏହାର ସୁଯୋଗ ନେଇପାରିବେ । ଏହି ଅଫରର ସୁଯୋଗ ନେବା ପାଇଁ ଗ୍ରାହକମାନଙ୍କୁ ନିମ୍ନ ଲିଖିତ ସୋପାନ ଦେଇ ଗତି କରିବାକୁ ହେବ ।

୧. ପ୍ରଥମେ ୯୯୯ ଟଙ୍କା ଦେଇ ଏକ ଜିଓଫାଇ ଓ୍ଵାଇ ଫାଇ ହଟସ୍ପଟ୍‌ କିଣନ୍ତୁ ।
୨. ଏଥିରେ ଜିଓ ସିମ ପକାଇ ଆକ୍ଟିଭେଟ କରନ୍ତୁ । ସେଥିରେ ୯୯ ଟଙ୍କାର ଜିଓ ପ୍ରାଇମ ଓ ୧୯୮ ବା ୨୯୯ କିମ୍ବା ଅଧିକ ମୂଲ୍ୟର ରିଚାର୍ଜ କରନ୍ତୁ ।
୩.ନିଜର ପୁରୁଣା ଓ୍ଵାଇଫାଇ ଡୋଙ୍ଗଲ ବା ମୋଡେମକୁ ନିକଟତମ ଜିଓଫାଇ ଷ୍ଟୋର ବା ରିଲାଏନ୍ସ ଡିଜିଟାଲ ଷ୍ଟୋରରେ ଦାଖଲ କରନ୍ତୁ ।
୪. ଉକ୍ତ ଷ୍ଟୋରରେ ପୁରୁଣା ଡୋଙ୍ଗଲ ବା ମୋଡେମର ସିରିଆଲ ନମ୍ବର ଓ ନିଜର ନୂଆ ଜିଓଫାଇ ଏମଏସଆଇଏସଡିଏନ ନମ୍ବରକୁ ପ୍ରଦାନ କରନ୍ତୁ ।
୫. ଏହା କଲା ପରେ ଆପଣଙ୍କ ଆକାଉଣ୍ଟକୁ ୨୨୦୦ ଟଙ୍କାର କ୍ୟାସବ୍ୟାକ୍‌ ଆସିଯିବ ।

ତେବେ ଏହି କ୍ୟାସବ୍ୟାକ ୫୦ ଟଙ୍କା ଲେଖାଏଁ ୪୪ଟି ଭାଉଚର ହିସାବରେ ଆସିବ । ଗ୍ରାହକ ୧୯୮ ଓ ୨୯୯ ଟଙ୍କାର ରିଚାର୍ଜ କଲେ ଏହି ଭାଉଚର ରିଡିମ କରିପାରିବେ ।

ସମ୍ବନ୍ଧିତ ଖବର