ଜିଓ କ୍ରିକେଟ୍‌ ଉତ୍ସବ: ୨୫୧ ଟଙ୍କାରେ ୧୦୨ ଜିବି ଡାଟା

ଭୁବନେଶ୍ୱର: ଭାରତ କ୍ରିକେଟର ମାହାସମର ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ରିଲାଏନ୍ସ ଜିଓ ପକ୍ଷରୁ ଜିଓ କ୍ରିକେଟ୍‌ ଫେଷ୍ଟିଭାଲ୍‌-ହସୋ, ଖେଲୋ, ଜିତୋ ଘୋଷଣା କରିିଛି। କଂପାନି ଏଥିପାଇଁ ଏକ ୨୫୧ ଟଙ୍କିଆ ସ୍ୱତନ୍ତ୍ର ପ୍ୟାକ୍‌ ଆଣିଛି। ଏହା ବ୍ୟତୀତ କଂପାନି ପକ୍ଷରୁ ‘ଜିଓ କ୍ରିକେଟ୍‌ ପ୍ଲେ ଏଲଙ୍ଗ’ ନାମକ ବିଶ୍ୱର ସର୍ବବୃହତ ଲାଇଭ୍‌ ମୋବାଇଲ୍‌ ଗେମ୍‌ ବିକଶିତ କରାଯାଇଛି ଯେଉଁଥିରେ ଲୋକମାନେ ନିଜର ଯୋଜନା କରିପାରିବେ ଓ କୋଟି କୋଟି ଟଙ୍କାର ପୁରସ୍କାର ଜିତିପାରିବେ। ସେହିପରି ଜିଓ ଧନ୍‌ ଧନା ଧନ୍‌ ହେଉଛି ଏକ ଲାଇଭ୍‌ ସୋ’ ଯେଉଁଠାରେ କ୍ରିକେଟ୍‌ ଓ କମେଡିର ମିଶ୍ରଣ ହେବ ।

ଜିଓ କ୍ରିକେଟ୍‌ ସିଜନ୍‌ ପ୍ୟାକ୍‌ରେ ଗ୍ରାହକମାନେ ୨୫୧ ଟଙ୍କାର ପ୍ୟାକ୍‌ରେ ୧୦୨ ଜିବି ଡାଟା ପାଇପାରିବେ। ଏହାର ବୈଧତା ୫୧ ଦିନ ରହିଛି। ଏହି ସମୟ ସୀମା ଭିତରେ ଜିଓ ଗ୍ରାହକମାନେ ପୁରା କ୍ରିକେଟ୍‌ ସିଜନ୍‌ର ସବୁ ମଜା ନେଇପାରିବେ। ନିଜ ମୋବାଇଲ୍‌୍‌ରେ ଖେଳର ସିଧାପ୍ରସାରଣ ଦେଖିପାରିବେ। ଏହି ପ୍ୟାକ୍‌ ଜରିଆରେ ଜିଓ ଗ୍ରାହକମାନେ ଯେ କୌଣସିଠାରେ ଥିଲେ ମଧ୍ୟ କ୍ରିକେଟ୍‌ର ମଜା ନେଇପାରିବେ।
ଜିଓ ଧନ୍‌ ଧନା ଧନ୍‌ ଲାଇଭ୍‌ ସୋ’ ମାଇଁଜିଓ ଆପ୍‌ରେ ପ୍ରିମିୟର୍‌ ହେବ। ବିଶିଷ୍ଟ କମେଡିଆନ୍‌ ସୁନିଲ୍‌ ଗ୍ରୋଭର୍‌ ଓ କ୍ରିକେଟ୍‌ ଭାଷ୍ୟକାର ସମୀର କୋଚର୍‌ ଏହି ସୋ’ ପରିଚାଳନା କରିବେ। ଶୁକ୍ର, ଶନି ଓ ରବିବାର ଏହା ପ୍ରସାରିତ ହେବ। ପ୍ରତି ଏପିସୋଡ୍‌ରେ ସେଲିବ୍ରିଟି ଅତିଥି ମଧ୍ୟ ଯୋଗ ଦେବେ। ଏହି ସୋ’ରେ ଶିଲ୍‌ପା ସିନ୍ଦେ, ଅଲି ଅସଗର୍‌, ସୁଗନ୍ଧା ମିଶ୍ରା, ସୁରେଶ ମେନନ, ଶିବାନି ଦାଣ୍ଡେକର୍‌ ଓ କ୍ରିକେଟ୍‌ କିମ୍ବଦନ୍ତୀ କପିଲ୍‌ ଦେବ ଓ ବିରେନ୍ଦ୍ର ସେହବାଗ୍‌ ମଧ୍ୟ ଅଂଶଗ୍ରହଣ କରିବେ।

ଜିଓ କ୍ରିକେଟ୍‌ ପ୍ଲେ ଏଲଙ୍ଗ୍‌ ୧୧ ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ। ଏହି ମୋବାଇଲ୍‌ ଗେମ୍‌ରେ ୭ ସପ୍ତାହରେ ୬୦ ଟି ଖେଳ ରହିବ। ଏହାର ବ୍ୟବହାରକାରୀମାନେ ଅନେକ ପ୍ରକାର ପୁରସ୍କାର ଜିତିବାର ସୁଯୋଗ ପାଇବେ। ଏଥିରେ ହସିବା, ଖେଳିବା ଓ ଜିିତିବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର