ଅଗଷ୍ଟ ୧୫ରୁ ଆରମ୍ଭ ହେବ ରିଲାଏନ୍‌ସ ଜିଓର ଗିଗାଟିଭି ସେବା, ତିନିମାସ ପର୍ଯ୍ୟନ୍ତ ମନ ପସନ୍ଦର ଚ୍ୟାନେଲ ଗ୍ରାହକ ମାଗଣାରେ ଦେଖି ପାରିବେ

ନୂଆଦିଲ୍ଲୀ: ଅଗଷ୍ଟ ୧୫ରୁ ଦେଶରେ ରିଲାଏନ୍‌ସ ଜିଓର ଗିଗାଟିଭି ସେବା ଆରମ୍ଭ ହେବାକୁ ଯାଉଛି। ତେବେ ରେଜିଷ୍ଟ୍ରେସନ ପାଇଁ ଗ୍ରାହକଙ୍କୁ କୌଣସି ପ୍ରକାରର ଶୁଳ୍କ ଦେବାକୁ ପଡିବ ନାହିଁ । ତେବେ କଂପାନିର ଏହା ଏକ ଫାଇବର ବ୍ରୋଡବ୍ୟାଣ୍ଡ ଆଧାରିତ ଏଚଡି ସେବା ଅଟେ । ଯେଉଁଥିରେ କୌଣସି ପ୍ରକାରର ଆଂଟିଣା ଲଗାଇବାକୁ ଆପଣଙ୍କୁ ପଡିବ ନାହିଁ । ଫୋନ ଆଧାରରେ ହିଁ ଲୋକଙ୍କୁ ଏଚଡି କ୍ୱାଲିଟିରେ ୬୦୦ରୁ ଅଧିକ ଚ୍ୟାନେଲ ଦେଖିବାର ସୁବିଧା ମିଳିବ। ତେବେ ଏହିସବୁ ଚ୍ୟାନେଲ ଦେଖିବା ପାଇଁ ଆପଣ ରିଲାଏନ୍‌ସ ଦ୍ୱାରା ଉପଲବ୍ଧ କରାଯାଇଥିବା ସେଟଅପ ବକ୍ସ ସହିତ ସଂଯୋଗ କରି ଏହି ସେବାର ଫାଇଦା ଉଠାଇ ପାରିବେ।

କମ୍ପାନି ତରଫରୁ କୁହାଯାଇଛି କି, ଅଗଷ୍ଟ ୧୫ରୁ ଏହି ନୂଆ ସେବା ଆରମ୍ଭ ହେବ । ଏହି ସୁବିଧାର ଲାଭ ଉଠାଇବା ପାଇଁ ଗ୍ରାହକମାନେ ମାଇଜିଓ ଆପ କିମ୍ବା ଜିଓଡଟ୍‌ କମକୁ ଯାଇ ରେଜିଷ୍ଟ୍ରେସନ କରିପାରିବେ । ରେଜିଷ୍ଟ୍ରେସନ ବର୍ତମାନ ୧୧୦୦ଟି ସହର ପାଇଁ ହେବ । ଏଥିରେ ଯେଉଁ ସହରମାନଙ୍କରେ ସବୁଠାରୁ ଅଧିକ ରେଜିଷ୍ଟ୍ରେସନ ହେବ, ସେଠାରେ ପ୍ରଥମେ କନେକ୍ସନ ଦିଆଯିବ ।

କଂପାନି ଗ୍ରାହକମାନଙ୍କ ପାଇଁ ୫ଟି ପ୍ଲାନ ଲଂଚ କରିବାକୁ ଯାଉଛି । ଯାହାର ପ୍ରାରମ୍ଭିକ ଦାମ ରଖାଯାଇଛି ମାତ୍ର ୫୦୦ଟଙ୍କା ଏବଂ ସର୍ବାଧିକ ୧୫୦୦ ଟଙ୍କା ରଖାଯାଇଛି । ସମସ୍ତ ପ୍ଲାନରେ ଡିଟିଏଚ କନେକ୍ସନ ପାଇଁ କୌଣସି ପ୍ରକାରର ତଥା କୌଣସି ବି ଚାର୍ଜ ଲାଗିବ ନାହିଁ । ୫୦୦ ଟଙ୍କିଆ ପ୍ଲାନରେ ଲୋକଙ୍କୁ ମାସିକ ୩୦୦ ଜିବି ଡାଟା ଏବଂ ୫୦ ଏମବିପିଏସର ସ୍ପିଡ ମିଳିବ ।

ଏହାପରେ ୭୫୦ ଟଙ୍କିଆ ପ୍ଲାନ ରହିଛି, ଯେଉିଁରେ ଲୋକଙ୍କୁ ୪୫୦ ଜିବିର ଡାଟା ମିଳିବ । ଏଥିରେ ମଧ୍ୟ ସ୍ପିଡ୫୦ ଏମବିପିଏସର ମିଳିବ । ୯୯୯ଟଙ୍କିଆ ମାସିକ ପ୍ଲାନରେ ଲୋକଙ୍କୁ ୬୦୦ ଜିବି ଡାଟା ସମେତ ୧୦୦ ଏମବିପିଏସ ସ୍ପିଡ ମିଳିବ । ୧୨୯୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଦିନ ପର୍ଯ୍ୟନ୍ତ ୭୪୦ ଜିବି ଡାଟା ଏବଂ ୧୦୦ ଏମବିପିଏସର ସ୍ପିଡ ମିଳିବ । ସମସ୍ତ ପ୍ଲାନରେ ଗ୍ରାହକଙ୍କୁ ଡିଟିଏଚ ଏବଂ ଲ୍ୟାଣ୍ଡଲାଇନ ଫୋନର ସୁବିଧା ମଧ୍ୟ କଂପାନୀ ତରଫରୁ ମିଳିବ । ୧୫୦୦ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଦିନ ଯାଏଁ ୯୦୦ ଜିବି ଡାଟା ଏବଂ ୧୫୦ ଏମବିପିଏସର ସ୍ପିଡ ମିଳିବ ।

ସମ୍ବନ୍ଧିତ ଖବର