ବିଶ୍ୱର ଶ୍ରେଷ୍ଠ କମ୍ପାନିଙ୍କ ମଧ୍ୟରେ ସ୍ଥାନ ପାଇଲା ରିଲାଏନ୍ସ ଜିଓ, କାହିଁକି ଜାଣନ୍ତୁ

ମୁମ୍ବାଇ : ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ  ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ସଫଳତା ହାସଲ କରିଛି ।  ଇଣ୍ଟରନେଟର ପ୍ରସାର ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣୁଥିବାରୁ କମ୍ପାନି ପ୍ରସିଦ୍ଧ ପତ୍ରିକା ଫର୍ଚୁନ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଫର୍ଚୁନ ପକ୍ଷରୁ ବିଶ୍ୱରେ ପରିବର୍ତ୍ତନ ଆଣୁଥିବା କମ୍ପାନିମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରେ ଜିଓ ବିଶ୍ୱର କିଛି ପ୍ରମୁଖ କମ୍ପାନି ଫାର୍ମାସୁଟିକାଲ କମ୍ପାନି ମର୍କ, ବ୍ୟାଙ୍କ ଅଫ ଆମେରିକା ଓ ଚାଇନିଜ ରିଟେଲ କମ୍ପାନି ଆଲିବାବା ।

ମିଳିତ ଜାତିସଂଘ ଗତ ୨୦୧୬ରେ ଇଣ୍ଟରନେଟ ସେବା ପାଇବାକୁ ଏକ ମୌଳିକ ମାନବ ଅଧିକାର ମାନ୍ୟତା ଦେଇଛି । ଏହି ଦୃଷ୍ଟିରୁ ଦେଖିଲେ ସମାଜରେ ଇଣ୍ଟରନେଟର ପ୍ରସାର ଦିଗରେ ଜିଓର ଅବଦାନ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛି ଫର୍ଚୁନ । ରିଲାଏନ୍ସ ଜିଓ ଗତ ୨୦୧୬ରେ ଭାରତରେ ନିଜର ଶସ୍ତା ଇଣ୍ଟରନେଟ ସେବା ଆରମ୍ଭ କରିଥିଲା । ସେବେଠାରୁ ଆଜିସୁଦ୍ଧା କମ୍ପାନି ମୋଟ ୨୧୫ ନିୟୁତ ଗ୍ରାହକ ସଂଗ୍ରହ କରିସାରିଛି । ନିକଟରେ ଜିଓ ଗିଗା ଫାଇବର ନାମକ ଅପଟିକାଲ ଫାଇବର ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର