ଲାପଟପ କିଣିବାକୁ ଚାହୁଁଛନ୍ତି ? ୧୦ରୁ ୨୫ ହଜାର ଟଙ୍କା ମଧ୍ୟରେ କିଣିପାରିବେ ଏହି ସବୁ ଲାପଟପ୍‌

ନୂଆଦିଲ୍ଲୀ : ବର୍ତ୍ତମାନର ଡ଼ିଜିଟାଲ ଯୁଗରେ ସମସ୍ତ କାର୍ଯ୍ୟ ଲାପଟପ ଏବଂ ମୋବାଇଲ ଦ୍ୱାରା ହିଁ ସମ୍ଭବ ହେଉଛି। ତେବେ ଜଣେ ମଧ୍ୟବିତ୍ତ ପରିବାର ପାଇଁ ଅଧିକ ଟଙ୍କା ଦେଇ ଲାପଟପ କିଣିବା ବହୁତ କଷ୍ଟକର ହୋଇଥାଏ । ତେବେ ଆସନ୍ତୁ ଜାଣିବା ୨୫୦୦୦ ଟଙ୍କା ମଧ୍ୟରେ ବଜାରରେ ଉପଲବ୍ଧ ହେଉଥିବା କିଛି ଲାପଟପ ବିଷୟରେ।

Digit

ଲେନୋଭୋ ଲାପଟପ୍‌ ଏବଂ କମ୍ପୁଟର ମଧ୍ୟରେ ବହୁତ ଜଣାଶୁଣା କମ୍ପାନୀ । ଲେନୋଭୋ ୧୧୦ ଲାପଟପ୍‌ଟି ୧୫.୬ ଇଞ୍ଚ ଡ଼ିସପ୍ଳେ ବିଶିଷ୍ଟ ହୋଇଥିବା ବେଳେ ଏହାର ଅନଲାଇନ ମୂଲ୍ୟ ରହିଛି ୨୩,୯୯୦ ଟଙ୍କା । ଏଥିରେ ଆପଣଙ୍କୁ ୨.୫ ଗିଜାହର୍ଜର ଏଏମଡ଼ି ପ୍ରୋସେସର ମିଳିବା ସହ ୧ଟିବି ଇଣ୍ଟରନାଲ ଷ୍ଟୋରେଜ ମିଳିଥାଏ । ଏଥିରେ ଆପଣଙ୍କୁ ଉଇଣ୍ଡୋଜ୍‌ ୧୦ ଅପରେଟିଂ ସିଷ୍ଟମର ସୁବିଧା ମଧ୍ୟ ମିଳିବ ।

Acer

ଆସର ଆସ୍ପାୟାର ୩ର ଅନଲାଇନ ମୂଲ୍ୟ ରହିଛି ୧୮,୯୯୯ ଟଙ୍କା । ଏହା ଡୁଆଲ କୋର ପ୍ରୋସେସର ହୋଇଥିବା ବେଳେ ଏଥିରେ ଇଣ୍ଟେଲ ଗ୍ରାଫିକ କାର୍ଡ଼ ରହିଛି । ଏହାର ଡ଼ିସପ୍ଲେ ୧୫.୬ ଇଞ୍ଚର ରହିଥିବା ବେଳେ ୪ ଜିବି ଇଣ୍ଟରନାଲ ମେମୋରି ରହିଛି। ଏହି ଲାପଟପର ବ୍ୟଟେରି ବ୍ୟକଅପ୍‌ ମଧ୍ୟ ବହୁତ ଭଲ ରହିଛି।

Rediff Shopping

ଆଇବଲ କମବୁକ ଏକ୍ସାପ୍ଳାରି ପ୍ଳସ ଏକ ଉତ୍ତମ ପାଓ୍ଵାରଫୁଲ ପ୍ରୋସେସର ଥିବା ଲାପଟପ୍‌ । ଏହି ଲାପଟପ୍‌ ୧୪ ଇଞ୍ଚ ଡ଼ିସପ୍ଲେର ହୋଇଥିବା ବେଳେ ୪ ଜିବି ର‍୍ୟାମ୍‌ ବିଶିଷ୍ଟ ହୋଇଥାଏ । ଏହି କମ୍ପୁଟରରେ ଏତେ ସୁବିଧା ରହିଥିବା ପରେ ମଧ୍ୟ ଏହାର ଅନଲାଇନ ଦର ମାତ୍ର ୧୩,୯୯୯।

Gizmologi

ଆସସ୍‌ ଭିଭୋବୁକ ଏପିୟୁ ଦେଖିବା ପାଇଁ ଯେତେ ଷ୍ଟାଇଲିସ ଦେଖାଯାଏ ଏହାର ଫିଚର ବି ସେତେ ଭଲ। ଏହା ଡ଼ୁଆଲକୋର ଏ୬ ପ୍ରୋସେସର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୪ଜିବି ର‍୍ୟାମ୍‌ ଏବଂ ୧ଟିବି ଷ୍ଟୋରେଜ ରହିଛି। ଏହାର ଡ଼ିସପ୍ଳେ ୧୫.୬ ଇଞ୍ଚର ରହିଥିବା ବେଳେ ଏହାର ବଜାର ମୂଲ୍ୟ ରହିଛି ୨୨,୯୯୦ ଟଙ୍କା ।

Digit

ମାକ୍ରୋମାକ୍ସ ମୋବାଇଲ ସହ ଲାପଟପ୍‌ ଦୁନିଆରେ ମଧ୍ୟ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। ଲାପଟପ୍‌ ବଜାରରେ ସବୁଠାରୁ କମ ଟଙ୍କା ସହ ଆକର୍ଷଣୀୟ ଫିଚର ଯୋଗାଇଥାଏ ମାକ୍ରୋମାକ୍ସ । ମାକ୍ରୋମାକ୍ସ ଲାପଟପ୍‌ କାନଭାସ ଲାପବୁକ ଏଲ୧୧୬୦ର ବଜାର ମୂଲ୍ୟ ରହିଛି ୧୦,୪୯୯ ଟଙ୍କା । ଏହାର ଡ଼ିସପ୍ଲେ ୧୧.୬ ଇଞ୍ଚ ରହିଥିବା ବେଳେ ଇଣ୍ଟରନାଲ ଷ୍ଟୋରେଜ ରହିଛି ୩୨ ଜିବି ।

ସମ୍ବନ୍ଧିତ ଖବର