ମାଗଣା କଲିଂ ପରେ ଶସ୍ତାରେ ଘର ଦେବେ ମୁକେଶ ଆମ୍ବାନି

ନୂଆଦିଲ୍ଲୀ: ମାଗଣା କଲିଂ ଓ ଶସ୍ତାରେ ଇଣ୍ଟରନେଟରୁ ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ଧମାକା କରିଥିବା ଦୁନିଆର ୧୩ତମ ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀ ଏବେ ରିଏଲଇଷ୍ଟେଟ ସେକ୍ଟରରେ ପାଦ ଥାପିବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ, ରିଲାଏନ୍ସ ରିଏଲଇଷ୍ଟେଟ ଇଣ୍ଡଷ୍ଟ୍ରିରେ ପାଦ ରଖିବା ପରେ ପୂରା ମାର୍କେଟରେ ପରିବର୍ତ୍ତନ ଆସିଯିବ। ଏଥିରେ ନିବେଶକ ଓ ଗ୍ରାହକ ଦୁହିଁଙ୍କୁ ଫାଇଦା ହେବ। କୁହାଯାଉଛି କି, ରିଲାଏନ୍ସ ତରଫରୁ ନିର୍ମିତ ହୋବକୁ ଥିବା ଘର ବଜାର ମୂଲ୍ୟରୁ କମ୍‌ରେ ମିଳିବ। ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ମୁମ୍ବାଇରେ ପାଖାପାଖି ଏକ ଓ୍ଵାଲର୍ଡ କ୍ଲାସ ମେଗାସିଟିର ନିର୍ମାଣ କରିବାକୁ ଯାଉଛନ୍ତି। ଏହାର ବ୍ଲୁପ୍ରିଣ୍ଟ ତିଆର କରାଯାଇ ସାରିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଆମ୍ବାନିଙ୍କ ଏହି ମେଗାସିଟି ରିଲାଏନ୍ସ ଗ୍ରୁପ୍‌ର ସବୁଠାରୁ ବଡ଼ା ପ୍ରୋଜେକ୍ଟ ହେବ। ଏହି ପ୍ରୋଜେକ୍ଟ ଜରିଆରେ ପିତା ସ୍ୱର୍ଗୀୟ ଧୀରୁଭାଇ ଆମ୍ବାନିର ସ୍ୱପ୍ନ ପୂରା କରିବେ।

ସମ୍ବନ୍ଧିତ ଖବର