ଏୟାରଟେଲର ନୂଆ ପ୍ରିପେଡ ଅଫର : ୧୯୮ଟଙ୍କାର ରିଚାର୍ଜ କଲେ୨୮ ଦିନ ପର୍ଯ୍ୟନ୍ତ ଦୈନିକ ମିଳିବ ୧ ଜିବି ଡାଟା
ହାଇଦ୍ରାବାଦ: ଗ୍ରାହକଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ମୋବାଇଲ ନେଟଓ୍ଵାର୍କମାନଙ୍କ ମଧ୍ୟରେ ଅଫରକୁ ନେଇ ଚାଲିଛି ପ୍ରତିଯୋଗିତା । ଏହି ମଧ୍ୟରେ ଟେଲିକମ କମ୍ପାନି ଏୟାରଟେଲ ଏକ ନୂତନ ପ୍ରିପେଡ଼ ଅଫର ଆରମ୍ଭ କରିଛି। ବିଭିନ୍ନ ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି, ୧୯୮ ଟଙ୍କାରେ ଏୟାରଟେଲ ଦୈନିକ ୩ଜି ଏବଂ ୪ଜି ୧ ଜିବି ଡ଼ାଟା ୨୮ ଦିନ ପର୍ଯ୍ୟନ୍ତ ଯୋଗାଇବ ।
Sambad is now on WhatsApp
Join and get latest news updates delivered to you via WhatsApp
‘କିଛି ବଛା ଗ୍ରାହକଙ୍କ ପାଇଁ ଏହି ଏୟାରଟେଲ ପ୍ରିପେଡ଼ ଅଫର ଆରମ୍ଭ ହୋଇଛିବୋଲି କହିଛି ଟେଲିକମ ଟକ । ଏହି ପ୍ଲାନଟି ‘ମାଇଁ ଏୟାରଟେଲ’ ଆପର ରିଚାର୍ଜ ବର୍ଗରେ ଉପଲବ୍ଧ। ବର୍ତ୍ତମାନ ସୁଦ୍ଧା ଏହି ଅଫର କେବଳ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ପ୍ରଚଳିତ ହେବ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ଏୟାରଟେଲ ତା’ର ଗ୍ରାହକଙ୍କ ପାଇଁ ଅନଲିମିଟେଡ଼ ଅଫର ଲଞ୍ଚ କରିଛି । ଏହି ଅଫର ଅନ୍ତର୍ଗତ, ଗ୍ରାହକ ୩୯୯୯ ଟଙ୍କାର ରିଚାର୍ଜ କରି ଅନଲିମିଟେଡ଼ ଲୋକା,ଏସଟିଡ଼ି କଲ, ମାଗଣା ନ୍ୟାସନାଲ ରୋମିଙ୍ଗ ଆଉଟଗୋଇଙ୍ଗ୍ , ଦିନକୁ ୧୦୦ଟି ମେସେଜ ସହ ୩୦୦ ଜିବି ଡ଼ାଟାର ଲାଭ ଉଠାଇ ପାରିବେ । ଏହାର ଭାଲିଡ଼ିଟି ରହିଛି ୩୬୦ ଦିନ ।
ବର୍ତ୍ତମାନ ଏୟାରଟେଲ ୪୯୯ ଟଙ୍କାର ମାସିକ ପୋଷ୍ଟପେଡ଼ ପ୍ଲାନ୍ ଲଞ୍ଚ କରିଛି। କମ୍ପାନି ଅନଲିମିଟେଡ଼ କଲ ଏବଂ ଡ଼ାଟା ସହ ଏଣ୍ଟରଟେଣ୍ଟମେଣ୍ଟ,ମୋବାଇଲ ଇନ୍ସୁରାନ୍ସ ମଧ୍ୟ ଯୋଗାଉଛି। ନୁଆ ପ୍ଲାନରେ ଏୟାରଟେଲ ଲାଭଦାୟକ ପ୍ଲାନ , ସ୍ମାର୍ଟଫୋନ ପାଇଁ ମାଲଓ୍ଵାର ଏବଂ ଫିଜିକାଲ ଡ଼୍ୟାମେଜ ପ୍ଲାନ, ଏୟାରଟେଲ ଟିଭି, ଫିଲ୍ମ ପାଇଁ ମାଗଣା ସବମିସନ ପ୍ଲାନ ଆଦି ମିଳୁଛି। ଏହି ଅଫର ଦ୍ୱାରା ଏୟାରଟେଲ ଗ୍ରାହକ ତାଙ୍କର ଅବ୍ୟବହୃତ ୨୦୦ ଜିବି ଡ଼ାଟାକୁ ତାଙ୍କର ପରବର୍ତ୍ତୀ ରିଚାର୍ଜ ବେଳକୁ ବ୍ୟବହାର କରିପାରିବେ, ଏହାର ସଂପୂର୍ଣ୍ଣ ବିବରଣୀ ରହିଅଛି ‘ମାଇଁ ଏୟାରଟେଲ’ ଆପରେ।