ହମ୍‌ସଫର୍‌ ଏକ୍ସପ୍ରେସ୍‌ରେ ଯୋଡ଼ା ହେଲା ୫ଟି ନୂଆ ସୁବିଧା

ରେଳରେ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳ କେବଳ ଥାର୍ଡ ଏସି କୋଚ୍‌ ଥିବା ହମସଫର ଏକ୍ସପ୍ରେସରେ ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ସେବା ଆରମ୍ଭ କରିଛି। ରେଳ ଯାତ୍ରାକୁ ସୁବିଧା ଏବଂ ରୋମାଞ୍ଚକପୂର୍ଣ୍ଣ କରିବା ପାଇଁ ୧୬ ଡ଼ିସେମ୍ବର ୨୦୧୬ରେ ଭାରତୀୟ ରେଲେଓ୍ଵ ଗୋରଖପୁରରୁ ଆନନ୍ଦବିହାର ଯାଉଥିବା ହମସଫର ଏକ୍ସପ୍ରେସରେନୂତନ ସୁବିଧା ରଖାଯାଇଛି । ଏହି ଏସି ଥ୍ରିଟାୟାର ପ୍ରିମିୟମ ଟ୍ରେନକୁ ଦୂରଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଛି।

ହମସଫର ଏକ୍ସପ୍ରେସର ସମସ୍ତ ବଗି ସିସିଟିଭି ନଜରରେ ରହିବ । ଏଥିରେ ଯାତ୍ରୀଙ୍କୁ ଜିପିଏସ ମାଧ୍ୟମରେ ସମସ୍ତ ସୂଚନା ପ୍ରଦାନ କରାଯିବାର ସୁବିଧା ଦିଆଯାଇଛି। ସମସ୍ତ ବଗିର ସୁରକ୍ଷାକୁ ଧ୍ୟନରେ ଦେଖି ଅଗ୍ନି ଏବଂ ଧୁଆଁ ଚିହ୍ନଟ ଯନ୍ତ୍ର ଲଗାଯାଇଛି। ଏହି ବଗିରେ ମୋବାଇଲ , ଲାପଟପ ଏବଂ ଅନ୍ୟନ୍ୟା ଇଲେକଟୋନିକ୍ସ ଯନ୍ତ୍ର ଲଗାଇବାର ସୁବିଧା ଦିଆଯାଇଛି। ହମସଫର ଏକ୍ସପ୍ରେସର ବଗିରେ ଯାତ୍ରୀମାନଙ୍କୁ ପଢ଼ିବା ପାଇଁ ଛୋଟ ଲାଇଟ ସହ ଏଗ୍ରୋନୋମିକ ଅପରବର୍ଥ ବ୍ୟବସ୍ଥା ଦିଆଯାଇଛି।

ପୂର୍ବ ଅପେକ୍ଷା ଅଧିକ ସୁବିଧା ଏବଂ ଆରାମଦାୟକ ଏସି ସ୍ଲିପର ବଗି ଏଥିରେ ବ୍ୟବସ୍ଥା କରାଯାଇଛି। ଏହି ବଗିଗୁଡ଼ିକରେ ବାୟୋଟଏଲେଟର ମଧ୍ୟ ସୁବିଧା କରାଯାଇଛି। ଏଥିରେ ଶିଶୁଙ୍କ ନାପି ପରିବର୍ତ୍ତନ ସୁବିଧା ସହ ଚା’ ଏବଂ କଫି ପ୍ରସ୍ତୁତି ମେସିନର ସୁବିଧା ରହିଛି। ଏହାର ଇଣ୍ଟେରିୟର ସହ ଏକ୍ସଟେରିୟରର ମଧ୍ୟ ପରିବର୍ତ୍ତନ କରାଯାଇଛି। ସମସ୍ତ ବଗିରେ ଖାଦ୍ୟକୁ ସତେଜ ରଖିବା ପାଇଁ ଫ୍ରିଜ ରହିବା ସହ ହିଟିଙ୍ଗ କକ୍ଷ ରହିଛି। ସମସ୍ତ ବର୍ଥରେ ପରଦା ରହିଛି ଯାହା ଦ୍ୱାରା ବ୍ୟକ୍ତିଗତ ଗୋପନୀୟତା ବଜାୟ ରହିବ । ଏଥିରେ ଖଦିର ବେଡସିଟ୍‌ ରହିବା ସହ ଏଲଇଡିି ସ୍କି୍ରନରେ ସୁବିଧା ରହିଛି ଯେଉଁଥିରେ ଷ୍ଟେସନର ନାମ ଓ ଦୂରତା ପ୍ରଦର୍ଶିତ ହେବ।

ସମ୍ବନ୍ଧିତ ଖବର