ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ତରଫରୁ କର୍ମଜୀବୀ ମହିଳାଙ୍କ ପାଇଁ ‘ଆଡଭାଣ୍ଟେଜ୍ ଓମେନ୍ ଔରା ସେଭିଂ ଆକାଉଣ୍ଟ’ ଉନ୍ମୋଚନ କରାଯାଇଛି। ଏଥିରେ ବ୍ୟାଙ୍କିଙ୍ଗ, ଲାଇଫ୍ଷ୍ଟାଇଲ୍, ସହଜତା, ନିବେଶ ଓ ଟିକସ ପ୍ଲାନିଂ, ଶିଶୁ ଶିକ୍ଷା ଓ ନିରାପତା ଭଳି ଅନେକ ବୈଶିଷ୍ଟ୍ୟ ରହିଛି। ଏହି କାର୍ଡକୁ ବିଭିନ୍ନ ସ୍ଥାନରେ ବ୍ୟବହାର କଲେ ମାସକୁ ୭୫୦ ଟଙ୍କାର କ୍ୟାସ୍ବ୍ୟାକ୍ ମିଳିପାରିବ, ଲକର୍ ରେଣ୍ଟାଲ, ଗୃହ, ଅଟୋ ଓ ବ୍ୟଚ୍ଛିଗତ ଋଣ ପ୍ରୋସେସିଂ ଫି’ ଉପରେ ୫୦% ରହାତି ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ଜରିଆରେ ଆଇସିଆଇସିଆଇ ବ୍ୟାଙ୍କ ହେଉ କିମ୍ବା ଅନ୍ୟ ଯେକୌଣସି ବ୍ୟାଙ୍କର ଏଟିଏମ୍ରେ ଏହାକୁ ଅସୀମିତ ସମୟ ବ୍ୟବହାର କରାଯାଇପାରିବ। ଏହି ଆକାଉଣ୍ଟରେ ବିଭିନ୍ନ ପ୍ରକାର ବୀମା ସୁବିଧା ମିଳିବ। ଏୟାର ଓ ବ୍ୟକ୍ତିଗତ ଦୁର୍ଘଟଣା ବୀମା ବାବଦରେ ଜମାକ୍ରମେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ୧୦ ଲକ୍ଷ ଟଙ୍କାର ବୀମା ସୁବିଧା ରହିିଛି। ଏହି ଖାତା ଖୋଲିବା ବେଳେ କ୍ୟାନସର୍ ସୁରକ୍ଷା ବୀମା ମଧ୍ୟ ନେଇହେବ। କର୍ମଜୀବୀ, ସ୍ୱାବଲମ୍ବୀ, ବୃତିଧାରୀ, ଶିକ୍ଷାବିତ୍ ଓ ଘରେ ବ୍ୟବସାୟ କରୁଥିବା ମହିଳାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଆକାଉଂଟ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି।
ଏହି ଆକାଉଣ୍ଟ ୫ଟି ଭାରିଆଣ୍ଟ୍-ରେଗୁଲାର, ସିଲଭର, ଗୋଲ୍ଡ, ମ୍ୟାଗନମ୍ ଓ ଟାଇଟାନିୟମ୍ରେ ଉପଲବ୍ଧ ହେଉଛି। ବ୍ୟାଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ମ୍ୟାଗନମ୍ ଭାରିଆଣ୍ଟକୁ ସେଭିଂ ଖାତା ପାଇଁ ଉନ୍ମୋଚନ କରାଯାଇଛି।