ରାକ୍ଷୀ ପୂର୍ଣ୍ଣିମା ପାଇଁ ’ରାକ୍ଷୀ ଏକ୍ସପ୍ରେସ୍‌’

ଭୁବନେଶ୍ୱର: ଭାରତର ଅଗ୍ରଣୀ ଲଜିଷ୍ଟିକ୍‌ ସେବା ପ୍ରଦାନକାରୀବ୍ଲୁ ଡାର୍ଟ ପକ୍ଷରୁ ଏହି ରାକ୍ଷୀ ପୂର୍ଣ୍ଣିମା ଅବସରରେ ଏହାର ବାର୍ଷିକ ଅଭିଯାନକୁ ଉନ୍ମୋଚନ କରିଛି ଯାହା ଜରିଆ ସହୋଦରମାନଙ୍କୁ ଭାରତ ଭିତରେ ଓ ଅନ୍ତର୍ଜାତୀୟ ସ୍ତରରେ ପରସ୍ପରକୁ ସହଜରେ ଉପହାର ଓ ରାକ୍ଷୀ ପଠାଇବାର ସୁଯୋଗ ପ୍ରଦାନ କରିବ ଓ ସୁରକ୍ଷିତ ଓ ସମୟୋଚିତ ଡେଲିଭରିର ପ୍ରତିଶ୍ରୁତି ପ୍ରଦାନ କରୁଛି। ବ୍ଲୁ ଡାର୍ଟର ’ରାକ୍ଷୀ ଏକ୍ସପ୍ରେସ୍‌’ ହେଉଛି ଏକ ସ୍ୱତନ୍ତ୍ର ମୂଲ୍ୟ ଯୁକ୍ତ ସେବା ଯାହା ଭାରତୀୟ ଘରୋଇ ବଜାରରେ ସାରା ଭାରତରେ ୩୫୦୦୦ରୁ ଅଧିକ ସ୍ଥାନକୁ ଡେଲିଭରି ପ୍ରଦାନ କରୁଥିବା ବେଳେ ଡିଏଚ୍‌ଏଲ୍‌ ’ଏକ୍ସପ୍ରେସ୍‌ ଇଜି ରାକ୍ଷୀ’ ସାରା ଦୁନିଆର ୨୨୦ରୁ ଅଧିକ ଦେଶ ଓ ପ୍ରାନ୍ସ ଭଳି ଅନ୍ତର୍ଜାତୀୟ ସ୍ଥାନକୁ ରାକ୍ଷୀ ପଠାଉଛି। ଏହି ଅଫର ସାରା ଭାରତରେ ଥିବା ୬୨୫ ବ୍ଲୁ ଡାର୍ଟ-ଡିଏଚ୍‌ଏଲ୍‌ ଖୁଚୁରା ଷ୍ଟୋର୍‌ରେ ଉପଲବ୍ଧ ହେଉଛି। ଏହି ଅଫରରେ ଗ୍ରାହକମାନେ ଏକ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରାକ୍ଷୀ ଲଫାପା ଓ ବ୍ୟକ୍ତିଗତ ସୁହାଇବା ଭଳି ଗ୍ରିଟିଙ୍ଗ୍‌ କାର୍ଡ (ଶୁଭେଚ୍ଛା କାର୍ଡ) ପାଇପାରିବେ। ୨୫୦ ଟଙ୍କାର ସ୍ୱତନ୍ତ୍ର ମୂଲ୍ୟରେ ପ୍ରେରକ ୫୦୦ ଗ୍ରାମ୍‌ ପଯର୍‌ୟ‘ ଜିନିଷକୁ ଭାରତର ଯେକୌଣସି ସ୍ଥାନକୁ ପଠାଇପାରିବେ।

ସମ୍ବନ୍ଧିତ ଖବର