ଭାରତୀୟ ବଜାରରେ ଲଞ୍ଚ ହେଲା ସାମସଙ୍ଗ୍  ଗାଲାକ୍ସି ଟ୍ୟାବ୍ ଆକ୍ଟିଭ୍-୨ 

ଭୁବନେଶ୍ୱର: ସାମସଙ୍ଗ୍ ପକ୍ଷରୁ ଏହାର ଅତ୍ୟାଧୁନିକ ତଥା ଦୃଢ଼ ଗାଲାକ୍ସି ଟ୍ୟାବ୍ ଆକ୍ଟିଭ୍୨କୁ ଭାରତରେ ଉନ୍ମୋଚନ କରାଯାଇଛି । ଏହା ହେଉଛି ଏକ ମିଲିଟାରି ମାନର ଡ୍ୟାବ୍ ଯାହାକୁୁ କଠିନ ପରିବେଶରେ କାମ କରିବା ଭଳି ଡିଜାଇନ୍ କରାଯାଇଛି । ଏଥିରେ ଅନେକ ଅଭିନବ ବୈଶିଷ୍ଟ୍ୟ ମଧ୍ୟ ରହିଛି । ଏମ୍ଆଇଏଲ୍-ଏସ୍ଟିଡି-୮୪୦ଜି ସାର୍ଟିଫାଏଡ୍ ହୋଇଥିବା ଏହି ଟାପ୍ରେ ଉନ୍ନତ ଟଚ୍, ପୋଗୋ ପିନ୍, ବଦଳାଇ ହେଉଥିବା ବ୍ୟାଟେରି, ରଗଡ୍ ଏସ୍ ପେନ୍ ଏବଂ ବାୟୋମେଟ୍ରିକ୍ ଅଥେଟିଂକେସନ୍ ସୁବିଧା ରହିଛି । ପ୍ରତିରକ୍ଷା ମାନର ନକ୍ସ ସିକୁ୍ୟରିଟି ପ୍ଲାଟଫର୍ମ ଏହାକୁ ମାଲଓୟାର ଓ ହ୍ୟାକର୍ଙ୍କଠାରୁ ଦୂରେଇ ରଖିବ । ଗାଲାକ୍ସି ଟ୍ୟାବ୍ ଆକ୍ଟିଭ୍ ୨ କମ୍ପନ୍ନ, ଦୁର୍ଘଟଣା ଜନିତ ଝଟକା, ହାତକୁ ଖସିପଡ଼ିବା, ବର୍ଷା ଏବଂ ଧୂଳି ନିରୋଧୀ । ଏହା ୧.୫ ମିଟର ପାଣି ଭିତରେ ୩୦ ମିନିଟ୍ ରହିପାରିବ । ଏହା -୪୦ଂ ଡିଗ୍ରି ଭଳି କମ୍ ଏବଂ ୭୧ଂ ଭଳି ଉଚ୍ଚ ତାପମାତ୍ରାରେ ମଧ୍ୟ କାମ କରିପାରିବ । ସାମସଙ୍ଗ ଗାଲାକ୍ସି ଟ୍ୟାବ୍ ଆକ୍ଟିଭ୍ ୨ର ମୂଳ୍ୟ ୫୦,୯୯୦ ଟଙ୍କା ରହିଛି । ଏହା ୨୦୧୯ ମାର୍ଚ ମଧ୍ୟ ଭାଗରୁ ବଜାରରେ ଉପଲବ୍ଧ ହେବ ।

“ସାମସଙ୍ଗର ସଦ୍ୟତମ ଟାବଲେଟ୍ ଗାଲାକ୍ସି ଟ୍ୟାବ୍ ଆକ୍ଟିଭ୍ ୨ ଭାରତରେ ବ୍ୟବସାୟ ପାଇଁ ଉପଲବ୍ଧ ହେଉଥିବା ସମାଧାନକୁୁ ବଦଳାଇ ଦେବ । ଅଭିନବ ଦକ୍ଷତାରେ ପରିପୂର୍ଣ୍ଣ ଆମର ଏହି ଉପକରଣଟି ସୁଦୃଢ଼, ଭରସାଯୋଗ୍ୟ ଏବଂ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଯାହା ଅନ-ସାଇଟ୍ ପରିଚାଳନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି । ଏହା ପ୍ରତିରକ୍ଷା, ଆଇନ ପ୍ରଣୟନକାରୀ ଏଜେନ୍ସି, ପରିବହନ, ଇ-କମର୍ସ, ଲଜିଷ୍ଟିକ୍ସ ଏବଂ ମାନୁଫାକ୍ଚିଂ କ୍ଷେତ୍ରରେ କାମ କରୁଥିବା ପେସାଦାରଙ୍କ ଚାହିଦା ପୂରଣ କରିବ । ଏହା ଜରିଆରେ ଫିଲ୍ଡ ମ୍ୟାନେଜରମାନେ ସାଇଟ୍ରେ ହେଉଥିବା କାମ ଉପରେ ଡିଜିଟାଲ୍ ଉପାୟରେ ନଜର ରଖିପାରିବେ । ଗାଲାକ୍ସି ଟ୍ୟାବ୍ ଆକ୍ଟିଭ୍ ୨ ଉପଯୁକ୍ତ ଭାବେ ଆଶାକୁ ପୂରଣ କରିପାରିବ ବୋଲି  ସୁକେଶ ଜୈନ, ବରିଷ୍ଠ ଉପସଭାପତି, ଆଇଟି ଓ ମୋବାଇଲ୍ ଏଟଂରପ୍ରାଇଜେସନ୍ ବିଜନେସ୍, ସାମସଙ୍ଗ ଇଣ୍ଡିଆ କହିଛନ୍ତି ।

ସମ୍ବନ୍ଧିତ ଖବର