ଫେସ୍‌ବୁକ୍‌ରେ କେହି ଆପଣଙ୍କୁ ସର୍ଚ କରୁଛନ୍ତି କି? ଜାଣନ୍ତୁ ଏମିତି

ନୂଆଦିଲ୍ଲୀ: ଫେସ୍‌ବୁକ୍‌ରେ ଏମିତି ଅନେକ ବ୍ୟବହାରକାରୀ ଆମ ବନ୍ଧୁ ତାଲିକାରେ ନଥିଲେ ବି ଆମେ ତାଙ୍କୁ ବେଳେ ବେଳେ ସର୍ଚ କରି ଦେଖିବାକୁ ପସନ୍ଦ କରିଥାନ୍ତି। ଯେପରି ଆମେ ଅନ୍ୟକୁ ସର୍ଚ କରନ୍ତି ସେପରି ଅନ୍ୟମାନେ ବି ଆମକୁ ସର୍ଚ କରୁନଥିବେ ବୋଲି କିଏ କହିଲା?

ମଜା କଥାଟି ହେଲା ଆମେ ଏବେ ଜାଣିପାରିବା ଯେ ଫେସ୍‌ବୁକ୍‌ରେ କିଏ ଆମକୁ ଲୁଚି ଲୁଚି ଦେଖୁଛନ୍ତି ବା ସର୍ଚ କରୁଛନ୍ତି।

ଆପଣ ନିଜ ଓ୍ଵାଲ୍‌ରେ ଅନେକ ସମୟରେ ଆଡ୍‌ ଫ୍ରେଣ୍ଡ୍‌ ତାଲିକାରେ ଅନେକ ଲୋକଙ୍କୁ ଦେଖିବାକୁ ପାଇଥିବେ। ନିଶ୍ଚିତ ହୁଅନ୍ତୁ ଯେ ସେହି ବ୍ୟବହାରକରୀମାନେ ଥରୁଟିଏ ଅନ୍ତତଃ ଆପଣଙ୍କ ପ୍ରୋଫାଇଲ୍‌ ଖୋଲି ଘାଣ୍ଟିଛନ୍ତି। ଫେସ୍‌ବୁକ୍‌ରେ ରହିଥିବା ବ୍ୟବସ୍ଥା ଅନୁସାରେ କେହି ପ୍ରୋଫାଇଲ୍‌ ଖୋଲି ଦେଖିବା ମାତ୍ରେ ବନ୍ଧୁ ପରାମର୍ଶ ଭାବେ ତାଙ୍କୁ କମ୍ପାନି ପକ୍ଷରୁ ଦର୍ଶାଇ ଯାଇଥାଏ। ଫଳରେ ଆପଣଙ୍କୁ ସର୍ଚ କରୁଥିବା ବ୍ୟକ୍ତିୀ ଜଣକ ଯଦି ଆପଣଙ୍କର କେହି ପରିଚିତ ହୋଇଥାନ୍ତି ତେବେ ଆପଣଙ୍କ ତାଙ୍କୁ ବନ୍ଧୁତ୍ୱ ଅନୁରୋଧ ପଠାଇବା ସହ ଫେସ୍‌ବୁକ୍‌ରେ ବନ୍ଧୁତା ସୃଷ୍ଟି କରିପାରିବେ।

ମାତ୍ର ମନେ ରଖନ୍ତୁ ସବୁ କ୍ଷେତ୍ରରେ ଏପରି ଦିଶେ ନାହିଁ। ଆପଣ ଯଦି ସେହି ଲୋକଙ୍କୁ ଆଗରୁ ହିଁ ସର୍ଚ କରି ଦେଇଛନ୍ତି ତେବେ ସେ ଆପଣଙ୍କୁ ସର୍ଚ କଲେ ଆଉ ଆଡ୍‌ ଫ୍ରେଣ୍ଡ୍‌ ଦୃଶ୍ୟମାନ ହେବ ନାହିଁ। ପ୍ରଥମେ ଯିଏ ସର୍ଚ କରିବ ଅପର ଲୋକର ଓ୍ଵାଲ୍‌ରେ ତାଙ୍କୁ ହିଁ ଆଡ୍‌ ଫ୍ରେଣ୍ଡ୍‌ ଭାବେ ସଜେସନ୍‌ରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର