ଟାଟା ମୋଟର୍ସ ଛାଡିବ ଟିଆଗୋର ସ୍ପୋର୍ଟ୍ସ ମଡେଲ

ମୁମ୍ବାଇ : ନିଜର ହ୍ୟାଚ୍‌ବାକ୍‌ କାର୍‌ ଟିଆଗୋ ବେଶ ସଫଳ ହେବାପରେ ଟାଟା ମୋଟର୍ସ ପକ୍ଷରୁ ଏହାର ଏକ ସ୍ପୋର୍ଟସ ମଡେଲ ବଜାରକୁ ଛାଡିବାକୁ ଯୋଜନା କରାଯାଉଛି । ଆସନ୍ତା ଫେବ୍ରୁଆରୀ ୨୦୧୮ ସୁଦ୍ଧା ଟାଟା ମୋଟର୍ସର ଏହି ଟିଆଗୋ ସ୍ପୋର୍ଟ୍ସ ଭାରତୀୟ ବଜାରରେ ଉପଲବ୍ଧ ହେବ । ଏହାର ମୂଲ୍ୟ କେତେ ରହିବ ତାହା ଜଣାପଡିନଥିଲେ ମଧ୍ୟ ଏହା ଭାରତୀୟ ବଜାରରେ ମିଳୁଥିବା ସବୁଠାରୁ ସୁଲଭ ହ୍ୟାଚବ୍ୟାକ୍‌ ହେବ ବୋଲି ଜଣାପଡିଛି ।

ନୂଆ ଟିଆଗୋ ସ୍ପୋର୍ଟସରେ ଏରୋଡାଇନାମିକ ବଡି କିଟ୍‌, ନ୍ୟୁ ବଡି ଗ୍ରାଫିକ୍ସ ଓ ସ୍ପୋର୍ଟି ଆଲଏ ହ୍ଵିଲ୍ସ ରହିବ ବୋଲି ଜଣାପଡିଛି । ଏଥିରେ ରହିବ ନେକ୍ସନର ୧.୨ ଲିଟର ଟର୍ବୋଚାର୍ଜଡ,ଥ୍ରୀ-ସିଲିଣ୍ଡର, ରେଭଟ୍ରନ ପେଟ୍ରୋଲ ଇଂଜିନ । ଏହାଛଡା ଏହି ନୂଆ ହ୍ୟାଚବ୍ୟାକ୍‌ରେ ସ୍ପୋର୍ଟ୍ସ ସିଟ୍‌, ଆଲଏ ପେଡାଲ, ଆକର୍ଷଣୀୟ ଇଣ୍ଟେରିୟର ରହିବ ।

ଏହି ନୂଆ ଟିଆଗୋ ସ୍ପୋର୍ଟ୍ସରେ ଏୟାର ବ୍ୟାଗ୍‌ ଓ ଏବିଏସ ପରି କେତେକ ସାଧାରଣ ସୁରକ୍ଷା ବ୍ୟବସ୍ଥା ରହିବ । ଏହି କାରର ମୂଲ୍ୟ କେତେ ରହିବ ତାହା ଜଣାପଡିନଥିଲେ ମଧ୍ୟ ଏହା ଯେ ରେଗୁଲାର ଟିଆଗୋର ଟପ୍‌ ଏଣ୍ଡ ମଡେଲ ଠାରୁ ଲକ୍ଷେ ଟଙ୍କା ଅଧିକ ରହିବା ଆଶା କରାଯାଉଛି । ଏବେ ରେଗୁଲାର ଟିଆଗୋ ପେଟ୍ରୋଲର ମୂଲ୍ୟ ପ୍ରାୟ ୪ ଲକ୍ଷ ୯୮ ହଜାର ଟଙ୍କା ରହିଛି ।

କେବଳ ଟାଟା ମୋଟର୍ସ ନୁହେଁ ମାରୁତି ସୁଜୁକୀ ମଧ୍ୟ ନିଜର ସ୍ୱିଫ୍ଟ କାର୍‌ର ସ୍ପୋର୍ଟ୍ସ ମଡେଲ ବାହାର କରିବାକୁ ଯାଉଛି । ଏହା ଫଳରେ ଆଗାମୀ ଦିନରେ ସ୍ପୋର୍ଟସ ମଡେଲ କ୍ଷେତ୍ରରେ ପ୍ରତିଯୋଗିତା ଦେଖିବାକୁ ମିଳିବ ।

 

ସମ୍ବନ୍ଧିତ ଖବର