ଭାରତୀୟ ରେଳବାଇକୁ ମିଳିଛି ବର୍ତ୍ତମାନର ସବୁଠାରୁ ଦ୍ରୁତତମ ଇଞ୍ଜିନ, ଘଣ୍ଟା ପ୍ରତି ବେଗ ରହିଛି ୨୦୦କିମି

ନୂଆଦିଲ୍ଲୀ: ଚିତରଞ୍ଜନ ଲୋକୋମୋଟିବ୍‌ ୱାର୍କର୍ସ (ସିଏଲଡବ୍ଲୁ) ବର୍ତ୍ତମାନର ସବୁଠାରୁ ଦ୍ରୁତତମ ଇଞ୍ଜିନ ମିଳିଛି ଭାରତୀୟ ରେଳବାଇକୁ ହସ୍ତାନ୍ତର କରିଛି । ଅନୁମାନ କରାଯାଉଛି, ଏହି ଇଞ୍ଜିନ ୨୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଗତି କରିପାରିବ । ଗତି କରିବା ସମୟରେ ଏଥିରେ କୌଣସି ପ୍ରକାର କମ୍ପନ ମଧ୍ୟ ଅନୁଭୂତ ହେବ ନାହିଁ। କେବଳ ଏତିକି ନୁହେଁ ଡବ୍ଲୁଏପି ୫ ମୋଡିଫାଏଡ ଏହି ଇଞ୍ଜିନରେ ଡ୍ରାଇଭରଙ୍କ ଆରାମଦାୟକ ଏବଂ ସୁରକ୍ଷା ଆଦିକୁ ଦୃଷ୍ଟିରେ ରଖାଯାଇଛି । ନୂଆ ଇଞ୍ଜିନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ଯାହାକି ଡ୍ରାଇଭରଙ୍କ ସହ କଥାବାର୍ତ୍ତାକୁ ୯୦ ଦିନ ପର୍ଯ୍ୟନ୍ତ ରେକର୍ଡ କରି ରଖିବ । ଏହି ଇଞ୍ଜିନ ବ୍ୟବହାର ଦ୍ୱାରା ଅଧିକ ବିଦ୍ୟୁତ ମଧ୍ୟ ଅପଚୟ ହେବ ନାହିଁ । ଏହି ଇଞ୍ଜିନକୁ ପ୍ରସ୍ତୁତ କରିବା ପାଇଁ ପାଖାପାଖି ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।

ପ୍ରଥମ ଇଞ୍ଜିନ ଗାଜିଆବାଦକୁ ପଠାଯାଇଥିବା ଜଣାପଡିଛି । ରାଜଧାନୀ ଏକ୍ସପ୍ରେସ, ଗତିମାନ ଏକ୍ସପ୍ରେସ ଏବଂ ଶତାବ୍ଦୀ ଏକ୍ସପ୍ରେସ ଭଳି ଟ୍ରେନଗୁଡିକରେ ଏହି ଇଞ୍ଜିନ ବ୍ୟବହାର କରାଯିବା ନେଇ ଆଶା କରାଯାଉଛି । ନୂଆ ଇଞ୍ଜିନ ବ୍ୟବହାର ଦ୍ୱାରା ଯାତ୍ରୀମାନେ ଲାଭ ପାଇବା ସହିତ ଯାତ୍ରୀମାନଙ୍କର ଯାତ୍ରା ସମୟ ହ୍ରାସ ଘଟିବ ।

 

ସମ୍ବନ୍ଧିତ ଖବର