ଏମିତି ବିନା ଇଣ୍ଟରନେଟ୍‌ରେ ଚଲାନ୍ତୁ ଆପଣଙ୍କର ହ୍ଵାଟ୍‌ସ ଆପ୍‌

ଆଜିକାଲି ସ୍ମାର୍ଟଫୋନ୍‌ ପ୍ରତ୍ୟେକ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଥିବା ବେଳେ ସ୍ମାର୍ଟଫୋନ୍‌ ସହିତ ଇଣ୍ଟର୍‌ନେଟ୍‌ର ସଂଯୋଗ ରହିବା ମଧ୍ୟ ଅତ୍ୟନ୍ତ ଜରୁରୀ । କାରଣ ବିନା ଇଣ୍ଟର୍‌ନେଟ୍‌ରେ ସ୍ମାର୍ଟଫୋନ୍‌ର ଅର୍ଥ ମୂଲ୍ୟହୀନ ହୋଇଥାଏ। ସାଧାରଣତଃ ବହୁତ ଥର ଏମିତି ବି ଦେଖାଯାଏ କି ଆମେ ଇଣ୍ଟରନେଟ୍‌ ସମସ୍ୟା ହେତୁ ଏକ ଜରୁରୀ ମେସେଜ୍‌, ଭିଡିଓ ବା ଫଟୋକୁ ପଠାଇ ପାରି ନ ଥାଉ। ଆଉ ଯଦି ଆପଣ ବି ଏମିତି କିଛି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତ ତେବେ ଖବରଟି ଆପଣଙ୍କ ପାଇଁ ଜରୁରୀ ଅଟେ। ତେବେ ଆଜି ଆମେ ଆପଣଙ୍କୁ ଇଣ୍ଟରନେଟ୍‌ ବିନା କିଭଳି ଆପଣଙ୍କ ଫୋନ୍‌ରେ ହ୍ଵାଟ୍‌ସ ଆପ୍‌ ଏବଂ ଫେସ୍‌ବୁକ୍‌ ମେସେଞ୍ଜର୍‌ ଭଳି ଆପ୍‌କୁ ଚଲାଇପାରିବେ ସେହି ବିଷୟରେ ଜଣାଇବୁ।

Pakistan Ka Khuda Hafiz

ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ବଜାରରୁ ଏକ ସ୍ପେସିଆଲ୍‌ ସିମ୍‌ କାର୍ଡ଼ କିଣିବାକୁ ପଡ଼ିବ। ଏହା ସାହାଯ୍ୟରେ ଆପଣ ବର୍ଷ ସାରା ବିନା ଇଣ୍ଟରନେଟରେ ହିଁ ଆପଣଙ୍କ ଫୋନ୍‌ରେ ହ୍ଵାଟ୍‌ସ ଆପ୍‌ ଏବଂ ଫେସ୍‌ବୁକ୍‌ ମେସେଞ୍ଜର୍‌ ଭଳି ଆପ୍‌ସକୁ ଚଲାଇପାରିବେ। ତେବେ ଏହି ସିମ୍‌ର ନାମ ‘ଚାଟ୍‌ସିମ୍‌’।ଏଥିସହିତ ଏହି ସିମ୍‌କୁ ଆପଣ ଚାହିଁଲେ ଏହାର େଓ୍ଵବ୍‌ସାଇଟ୍‌ ବା ଇ-କମର୍ସ ସାଇଟ୍‌ରୁ କିଣିପାରନ୍ତି। ଏହାର ମୂଲ୍ୟ ମାତ୍ର ୧୮,୦୦ ଟଙ୍କା ହୋଇଥିବା ବେଳେ, ଏହାର ବୈଧତା ୧ ବର୍ଷ । ତେବେ ୧ ବର୍ଷ ପରେ ପୁଣିଥରେ ଆପଣଙ୍କୁ ଏହି ସିମ୍‌କୁ ରିଚାର୍ଜ କରିବାକୁ ହେବ। ଏହାସହିତ ଏହି ସିମ୍‌ର ସବୁଠୁ ବଡ଼ କଥା ହେଉଛି ଏଇଆ ଯେ ଏହା କୌଣସି ବି ଫୋନ୍‌ରେ ସେଟ୍‌ ହୋଇଯିବ।ଆପଣ ଯେଉଁଠି ଥାଆନ୍ତୁ ପଛକେ ତାହା ଆପଣଙ୍କ ଦେଶ ହେଉ କି ବିଦେଶ, ଏହା ସବୁଠାରେ କାର୍ଯ୍ୟ କରିବ।

ସମ୍ବନ୍ଧିତ ଖବର