ଭିଗାର୍ଡର ସିଏସଆର କାର୍ଯ୍ୟକ୍ରମ

ଭୁବନେଶ୍ବର: ଭିଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଏହାର ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ବର ନହରକଣ୍ଟା ଅଞ୍ଚଳର ହରିଦାସପୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ୩୦ ହଳ ଡେସ୍କ ପ୍ରଦାନ କରିଛି। କମ୍ପାନି ଶାଖା ମୁଖ୍ୟ ସୁମନ୍ତ କୁମାର ପ୍ରଧାନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା କରଙ୍କୁ ଏହି ‌ଡେସ୍କ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଭୁବନେଶ୍ବରର ବିଇଓ ସସ୍ମିତା ମାଳି, ଅଶୋକ କୁମାର ରଥ, ପ୍ରସନ୍ନ କୁମାର ପାଣିଗ୍ରାହୀ, ଅକ୍ଷୟ କୁମାର ଲେଙ୍କା ଏବଂ ସୁନାକର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର