ଭାରତରେ ଲଞ୍ଚ ହେଲା ଭିଭୋ ଭି-୯ ୟୁଥ୍ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ : ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ଭି-୯ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫୋନ୍‌ ଯୁବବର୍ଗଙ୍କ ସେଲ୍‌ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି। ଏହାର ମୂଲ୍ୟ ୧୮,୯୯୦ ଟଙ୍କା ରହିଛି। ଏହା ଗେ୍‌ାଲ୍ଡ ଏବଂ ବ୍ଳାକ୍‌ ରଙ୍ଗରେ ୨୦୧୮ ଏପ୍ରିଲ୍‌ ୨୦ ତାରିଖ ସମସ୍ତ ଅଫ୍‌ ଲାଇନ୍‌ ଷ୍ଟୋର ଉପଲବ୍ଧ ହେବ। ସେହିପରି ୨୦୧୮ ଏପ୍ରିଲ୍‌ ୨୪ ତାରିଖଠାରୁ ଏହା ଅନ୍‌ ଲାଇନ୍‌ରେ ଭିଭୋ ଇ-ଷ୍ଟୋର, ଫ୍ଲିପ୍‌କାର୍ଟ ଡଟ୍‌ କମ୍‌, ଆମାଜନ ଡଟ୍‌ ଇନ୍‌ ତଥା ପେଟିଏମ୍‌ ଅଲ୍‌ ଡଟ୍‌ କମ୍‌ରେ ଉପଲବ୍ଧ ହେବ। ଏଥିରେ ୧୫.୫୧ ସେମି ସ୍କ୍ରିନ୍‌ ଡିସ୍‌ପ୍ଲେ ରହିଛି। ଏହାର ଆସପେକ୍ଟ ଅନୁପାତ ୧୯:୯ ରହିଛି। ଏଥିରେ ୧୩ ଏମ୍‌ପି ଏବଂ ୨ଏମ୍‌ ପି ଡୁଆଲ୍‌ ପଛ କ୍ୟାମେରା, ୧୬ ଏମ୍‌ପି ସେଲଫି କ୍ୟାମେରା,୪ ଜିବି ରାମ୍‌, ୩୨ ଜିବି ରମ୍‌ କ୍ୱାଲକମ୍‌ ସ୍ନାପଡ୍ରାଗନ ୪୫୦ ଅକ୍ଟାକୋର୍‌ ପ୍ରୋସେସର୍‌୍‌, ଆଣ୍ଡ୍ରଏଡ୍‌ ୮.୧, ଏଆଇ ଫେସ୍‌ ବିୟୁଟି ଫିଚର, ଫନଟଚ ଓଏସ୍‌-୪.୦ ଆକ୍ସେସ୍‌,୨୫୬ ଜିବି ଏସ୍‌ଡି କାର୍ଡ, ୩୨୬୦ଏମ୍‌ଏଏଚ୍‌ ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି। ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍‌ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା। ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍‌ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା। ସମ୍ପ୍ରତି ଦେଶର ୨୨ ରାଜ୍ୟର ୪୦୦ରୁ ଅଧିକ ସହରରେ କମ୍ପାନୀର୪୦୦ରୁ ଅଧିକ ସର୍ଭିସ୍‌ ସେଣ୍ଟର ରହିଛି।

ସମ୍ବନ୍ଧିତ ଖବର