ଭିଭୋର ଏହି ସ୍ମାର୍ଟଫୋନର ମୂଲ୍ୟ ୧୦୦୦ ଟଙ୍କା କମିବ !

ନୂଆଦିଲ୍ଲୀ : ଚାଇନିଜ୍‌ ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ ପକ୍ଷରୁ ନିଜର ଫ୍ଲାଗସିପ୍‌ ହାଣ୍ଡସେଟ ଭି-୯ ୟୁଥ ଉପରେ ପ୍ରାୟ ୧ ହଜାର ଟଙ୍କାର ମୂଲ୍ୟ ହ୍ରାସ କରିପାରେ । ଆସନ୍ତା ସପ୍ତାହ ସୁଦ୍ଧା କମ୍ପାନି ଏ ସଂପର୍କରେ ଆନୁଷ୍ଠାନିକ ଘୋଷଣା କରିବ । ଦୁଇ ମାସ ତଳେ ଲଞ୍ଚ୍‌ ହୋଇଥିବା ଏହି ସ୍ମାର୍ଟଫୋନର ମୂଲ୍ୟ ୧୮,୯୯୦ ଟଙ୍କା ଥିଲା । କିନ୍ତୁ ଏହି ମୂଲ୍ୟ ହ୍ରାସ ପରେ ଏହି ସ୍ମାର୍ଟଫୋନଟିର ମୂଲ୍ୟ ୧୭,୯୯୦ଟଙ୍କାକୁ ଖସିଆସିବ । ଅନ୍ୟପକ୍ଷରେ ଭିଭୋ ଭି-୯ ଏବେ ବି ୨୨,୯୯୦ ଟଙ୍କାରେ ମିଳୁଛି । ସୂଚନାଯୋଗ୍ୟ ଯେ ଭିଭୋ ଭି-୯ ୟୁଥ ଏହି ଫୋନ୍‌ ଯୁବବର୍ଗଙ୍କ ସେଲ୍‌ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି।
ଏଥିରେ ୬.୩ ଇଞ୍ଚ ଫିଲ ଏଚଡି ଡିସ୍‌ପ୍ଲେ ରହିଛି। ଏହାର ଆସପେକ୍ଟ ଅନୁପାତ ୧୯.୯ ରହିଛି। ଏଥିରେ ୧୩ଏମ୍‌ପି ଏବଂ ୨ଏମ୍‌ ପି ଡୁଆଲ୍‌ ପଛ କ୍ୟାମେରା, ୧୬ ଏମ୍‌ପି ସେଲଫି କ୍ୟାମେରା, ୪ଜିବି ରାମ୍‌,୩୨ ଜିବି ରମ୍‌ କ୍ୱାଲକମ୍‌ ସ୍ନାପଡ୍ରାଗନ ୪୫୦ ଅକ୍ଟା କୋର୍‌ ପ୍ରୋସେସର୍‌୍‌, ଆଣ୍ଡ୍ରଏଡ୍‌ ୮.୧, ଏଆଇ ଫେସ୍‌ ବିୟୁଟି ଫିଚର, ଫୁନ ଟଚ୍‌ ଓଏସ୍‌-୪.୦ ଆକ୍ସେସ୍‌,୨୫୬ ଜିବି ଏସ୍‌ଡି କାର୍ଡ, ୩୨୬୦ଏମ୍‌ଏଏଚ୍‌ ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି । ଏହି ଫୋନ ୪ଜି ଏଲଟିଇ, ଭୋଲଟି, ଓ୍ଵାଇଫି ୮୦୨ ଆଦି ରହିଛି ।

ସମ୍ବନ୍ଧିତ ଖବର