ଭିଭୋ ଭି-୧୧ ପ୍ରୋ ସ୍ମାର୍ଟଫୋନ୍‌ର ବିକ୍ରି ଆରମ୍ଭ, କିପରି ପାଇବେ ୨୦୦୦ଟଙ୍କାର କ୍ୟାସବ୍ୟାକ ଜାଣନ୍ତୁ

ନୂଆଦିଲ୍ଲୀ : ଚାଇନିଜ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍‌ ଇନ୍‌-ଡିସ୍‌ପ୍ଲେ ଫିଙ୍ଗର ପ୍ରିଣ୍ଟଯୁକ୍ତ ସ୍ମାର୍ଟଫୋନ୍‌ ଭି-୧୧ ପ୍ରୋ ର ବିକ୍ରି ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର ସୁରକ୍ଷିତ ଅନ୍‌ ଲକିଂ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସେପ୍ଟମ୍ବର ୧୨ ତାରିଖ ଠାରୁ ଅଫ୍‌ ଲାଇନ୍‌ ଏବଂ ଅନ୍‌ ଲାଇନ୍‌ ଚ୍ୟାନେଲ୍‌େ ରଉପଲବ୍ଧ ହେଉଛି। ଏଥିରେ ଏଆଇ ପାୱାର କ୍ୟାମେରା ସହିତ ଡୁଆଲ ପିକ୍ସଲେ ଟେକ୍ନୋଲୋଜିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ନୂତନ ହାଳୋ ଫୁଲ୍‌ ଭିୟୁ ଡିସପ୍ଲେ ରହିଛି। ଏହା ଷ୍ଟାର ନାଇଟ୍‌ ଏବଂ ଡ୍ୟାଜେଲିଂ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେଉଛି। ଭି-୧୧ ପ୍ରୋ ସ୍ମାର୍ଟଫୋନ୍‌ର ମୂଲ୍ୟ ୨୫,୯୯୦ ଟଙ୍କା ରହିଛି। ଏହା ଅଫ୍‌ ଡ୍ନ୍‌ ସହିତ ଅନ୍‌ ଲାଇନ୍‌ ଇ-ଷ୍ଟୋର, ଆମାଜନ୍‌, ଫ୍ଲିପ୍‌କାର୍ଟ, ପେଟିଏମ୍‌ ମଲ୍‌, ସ୍ନାପ୍‌ ଡିଲ୍‌ରେ ଉପଲବ୍ଧ ହେଉଛି।

ଏଚଡିଏଫସି କ୍ରେଡିଟ୍‌୍‌ ଏବଂ ଡେବିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ୨୦୦୦ ଟଙ୍କାର କ୍ୟାସ୍‌ ବ୍ୟାକ୍‌, କ୍ୟାପିଟାଲ ଫାଷ୍ଟରେ ୫% କ୍ୟାସ୍‌ବ୍ୟାକ୍‌, ପେଟିମ୍‌ ମଲ୍‌ରୁ କ୍ରୟ କଲେ ୨୦୦୦ ଟଙ୍କାର କ୍ୟାସବ୍ୟାକ୍‌ ସୁବିଧା ଉପଲବ୍ଧ ହେଉଛି। ସେହିପରି ଏକ୍ସଚେ୍‌ଞ୍ଜରେ ୨୦୦୦ ଟଙ୍କାର କ୍ୟାସ୍‌ ବ୍ୟାକ୍‌, ୬ ମାସ ମଧ୍ୟରେୱାନ୍‌ ଟାଇମ୍‌ ସ୍କ୍ରିନି ରିପ୍ଲେସ୍‌ମେଣ୍ଟ ସୁବିଧା । କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ ଏବଂ ବଜାଜ୍‌ ଫାଇନାନ୍ସ୍‌ କାର୍ଡରେ ନୋ କଷ୍ଟ ୧୨ ମାସର ଇଏମ୍‌ଆଇ ସୁବିଧା, ୬ ରୁ ୮ ମାସର ବିକ୍ରି ପରର ଗ୍ୟାରେଣ୍ଟି । ରିଲାଏନ୍ସ୍‌ ଜିଓ ପକ୍ଷରୁ ୪୦୫୦ ଟଙ୍କାର ସୁବିଧା ସହିତ ଭୋଡ଼ାଫୋନ୍‌ ଗ୍ରାହକଙ୍କୁ ଅତିରିକ୍ତ ଡାଟା ସୁବିଧା ଯୋଗାଇ ଦିଆଯିବ। ଏହି ଫୋନ୍‌ ଯୁବବର୍ଗଙ୍କ ସେଲ୍‌ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି। ଏଥିରେ ଡୁଆଲ୍‌ ପଛ କ୍ୟାମେରା ୧୨ ଏମ୍‌ପି ଏବଂ ୫ ଏମ୍‌ପି କ୍ୟାମେରା ଏବଂ ୨୫ ଏମପି ସେଲଫି କ୍ୟାମେରା ରହିଛି। କ୍ଷୀଣ ଆଲୋକସ୍ଥିତିରେ ମଧ୍ୟ ଏହା ଭଲ ଫଟୋ ଉଠାଇବାକୁ ସକ୍ଷମ ହେବ। ଏଥିରେ ୧୬.୨୮ ସେମି ଫୁଲ୍‌ ଏଚଡି ସ୍କ୍ରିନ୍‌ ଡିସ୍‌ପ୍ଲେ ରହିଛି। ୧୯.୫:୯ ରେସିଓ । ଆମଲୋଏଡ୍‌ ହାଲୋ ଫୁଲ୍‌ ଭିୟୁ ବୈଶିଷ୍ଟ୍ୟ, ୯୧.୨୭% ସ୍କ୍ରିନ୍‌ ଟୁ ବଡ଼ି ରେସିଓ, ଅଲ୍ଟା ଥିନ୍‌ ୧.୭୬ ଏମଏମ ବେଜଲ୍‌ ଆଦି ସୁବିଧା ରହିଛି। ଏହା ୧୦୨୪ ପେସିଆଲ ଫିଚର ପଏଣ୍ଟ ଯୁକ୍ତ। ଫଳରେ ଅନ୍ଧାରରେ ମଧ୍ୟ ଏହା ତତ୍‌କ୍ଷଣାତ୍‌ ଅନ୍‌ ଲକ୍‌ ହୋଇ ପାରିଥାଏ।

ସମ୍ବନ୍ଧିତ ଖବର