ଭୋଡାଫୋନ୍‌ ଆଣିଲା ସବୁଠୁ ଶସ୍ତା ପ୍ଲାନ୍‌! ୧୯୮ ଟଙ୍କାରେ ମିଳିବ ୨୮ଜିବି ଡାଟା

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭ ପୂର୍ବରୁ ପୁଣିଥରେ ଭାରତୀୟ ଟେଲିକମ୍‌ କଂପାନି ଭୋଡ଼ାଫୋନ୍‌ ତାହାର ପ୍ରିପେଡ୍‍ ଉପଭୋକ୍ତାଙ୍କ ଲାଗି ୨୦୦ଟଙ୍କାରୁ କମ୍‌ ମୂଲ୍ୟରେ ଅର୍ଥାତ୍‌ ୧୯୮ ଟଙ୍କା ମୂଲ୍ୟରେ ଆଣିଛି ସବୁଠୁ ଶସ୍ତା ଡ଼ାଟା ପ୍ଲାନ୍‌। ଯେଉଁ ପ୍ଲାନ୍‌ରେ କି ଉପଭୋକ୍ତାଙ୍କୁ ୨୮ ଦିନର ବୈଧତା ସହିତ ଦୈନିକ ୧ଜିବିର ଡ଼ାଟା ମିଳିବ। ଏହି ପ୍ଲାନ୍‌ ମୁତାବକ୍‌ ଉପଭୋକ୍ତାଙ୍କୁ ସମସ୍ତ ନେଟ୍‌ଓ୍ଵର୍କକୁ ଅସୀମିତ ମାଗଣା କଲିଂ ସହ ଦୈନିକ ୧୦୦ଟି ଏସ୍‌ଏମ୍‌ଏସ୍‌ର ସୁବିଧା ମିଳିବ ।

ଏତଦ୍‌ବ୍ୟତୀତ ୧୯୮ଟଙ୍କା ପ୍ଲାନ୍‌କୁ ଛାଡ଼ି ଭୋଡ଼ାଫୋନ୍‌ ୨୯୯ଟଙ୍କାରଏକ ପ୍ଲାନ୍‌ ମଧ୍ୟ ଲଞ୍ଚ୍‌ କରିଛି। ଏହାର ବୈଧତା ୨୮ ଦିନ ରହିଥିବାବେଳେ,ଉପଭୋକ୍ତାଙ୍କୁ ଏଥିରେ ଦୈନିକ ୧ଜିବି ଡ଼ାଟା ସହିତ ସମସ୍ତ ନେଟ୍‌ଓ୍ଵର୍କକୁ ମାଗଣା ଅସୀମିତ କଲିଂର ମଧ୍ୟ ମିଳିବ। ଏଥିସହିତ ଏହି ପ୍ଲାନ୍‌ର ଅନ୍ୟ ଏକ ବିଶେଷତ୍ୱ ହେଉଛି, ୨୯୯ ଟଙ୍କାର ପ୍ଲାନ୍‌ରେ ଉପଭୋକ୍ତା ମାଗଣା ରୋମିଙ୍ଗ୍‌ ଆଉଟ୍‌ ଗୋଇଙ୍ଗର ଲାଭ ବି ଉଠାଇପାରିବେ। ତେବେ ଏଥିରେ ମଧ୍ୟ ଉପଭୋକ୍ତା ଦୈନିକ ୧୦୦ଟି ଏସ୍‌ଏମ୍‌ଏସ୍‌ ର ସୁବିଧା ପାଇପାରିବେ!

ତେବେ ଆପଣଙ୍କ ସୂଚନା ଲାଗି ଜଣାଉଅଛୁ ଯେ,ପ୍ରଥମରୁ ଭାରତୀୟ ଟେଲିକମ୍‌ କଂପାନି ରିଲାଏନ୍ସ ଜିଓ ପକ୍ଷରୁ ୧୯୯ ଟଙ୍କାରେ ସବୁଠୁ ଶସ୍ତା ୨୮ଜିବିର ଡ଼ାଟା ପ୍ଲାନ୍‌ ଘୋଷଣା କରାଯାଇଥିଲା। ଏହାପରେ ଅନ୍ୟାନ୍ୟ ଟେଲିକମ୍‌ କଂପାନି ଯଥା ଏୟାର୍‌ଟେଲ୍‌ ଏବଂ ଆଇଡ଼ିଆ ମଧ୍ୟ ସେମାନଙ୍କର ଆକର୍ଷଣୀୟ ପ୍ଲାନ୍‌ ଲଞ୍ଚ୍‌ କରିଥିଲେ। ଏବେ ଏହି କ୍ରମରେ ଭୋଡ଼ାଫୋନ୍‌ ମଧ୍ୟ ନିଜକୁ ସାମିଲ୍‌ କରିଛି।

ସମ୍ବନ୍ଧିତ ଖବର