ସମସ୍ତ ବ୍ୟବହାରକାରୀଙ୍କୁ ପେମେଣ୍ଟ ସେବା ଦେବାକୁ ଚାହୁଁଛି ହ୍ଵାଟସ୍‌ଆପ୍‌

ନୂଆଦିଲ୍ଲୀ: ଭାରତରେ ଥିବା ୨୦କୋଟି ହ୍ଵାଟସ୍‌ଆପ ବ୍ୟବହାରକାରୀଙ୍କୁ ପେମେଣ୍ଟ ସର୍ଭିସ୍‌ ଦେବାକୁ ଚାହୁଁଛୁ ହ୍ଵାଟସ୍‌ଆପ୍‌। ଏଥିପାଇଁ ହ୍ଵାଟସ୍‌ଆପ୍‌ ଚିଫ୍‌ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆର୍‌ବିଆଇ)ଙ୍କୁ ଅନୁମତି ମାଗିଛନ୍ତି। ହ୍ଵାଟସ୍‌ଆପ୍‌ରେ ମିଥ୍ୟା ଖବର ପ୍ରଚାର ନେଇ ସରକାରଙ୍କ ଚେତାବନୀ ପରେ ପୂର୍ଣ୍ଣ ଭାବେ ପେମେଣ୍ଟ ସର୍ଭିସ୍‌ ଆରମ୍ଭ କରିବା ପାଇଁ ରୋଗୁଲେଟରି କ୍ଲିୟରେନ୍ସର ଅପେକ୍ଷା ରହିଛି ହ୍ଵାଟସ୍‌ଆପ୍‌।

ହ୍ଵାଟସ୍‌ଆପ୍‌ ପାଖାପାଖି ଏକ ମାସ ହେବ ୧୦ଲକ୍ଷ ବ୍ୟବହାରକାରୀଙ୍କ ଉପରେ ଏହି ଫିଚରକୁ ନେଇ ପରୀକ୍ଷା କରୁଛି। ପେମେଣ୍ଟ ସର୍ଭିସ୍‌ ଉପରେ ପାଖାପାଖି ୨ବର୍ଷ ପୂର୍ବରୁ ସରକାରଙ୍କ ସହିତ ଆଲୋଚନା ହୋଇଥିଲା। ପ୍ରତିଦ୍ୱନ୍ଦୀ ଗୁଗୁଲ ପ୍ରଥମେ ପେମେଣ୍ଟ ସର୍ଭିସ୍‌ ଆରମ୍ଭ କରି ଦେଇଛି। ଏବେ ହ୍ଵାଟସ୍‌ଆପ୍‌ ମୁଖ୍ୟ କ୍ରିସ୍‌ ଡେନିୟଲ୍ସ ଆରବିଆଇଙ୍କୁ ଲେଟର ଲେଖି ଏହାର ଔପଚାରିକ ଅନୁମତି ମାଗିଛନ୍ତି।

ହ୍ଵାଟସ୍‌ଆପ୍‌ ମୁଖ୍ୟ କ୍ରିସ୍‌ ଡେନିୟଲ୍ସ ଆର୍‌ବିଆଇଙ୍କୁ ଚିଠି ଲେଖି କହିଛନ୍ତି, ସେ ହ୍ଵାଟସ୍‌ଆପ୍‌ରେ ଭୀମ ଓ ୟୁପିଆଇ ଜରିଆରେ ପେମେଣ୍ଟ ଟ୍ରାନ୍‌ଜାକ୍‌ସନ୍‌ ସର୍ଭିସ୍‌ ଭାରତରେ ସମସ୍ତ ବ୍ୟବହାରକାରୀଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛନ୍ତି। ଏଥିପାଇଁ ଆରବିଆଇଙ୍କ ମଞ୍ଜୁରି ଆବଶ୍ୟକ।

ସମ୍ବନ୍ଧିତ ଖବର