ନୋକିଆ ଖୁବ୍‌ ଶୀଘ୍ର ଆଣୁଛି ୭ଟି କ୍ୟାମେରା ଥିବା ଦୁନିଆର ପ୍ରଥମ ସ୍ମାର୍ଟଫୋନ୍‌, ଜାଣନ୍ତୁ ଏଥିରେ କ’ଣ ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ୭ଟି କ୍ୟାମେରା ଥିବା ସ୍ମାର୍ଟଫୋନ୍‌ ବଜାରକୁ ଆସିବାକୁ ଯାଉଛି। ଏହି ଫୋନ୍‌ ଚଳିତ ମାସରେ ଲଞ୍ଚ ହୋଇପାରେ ବୋଲି ଆଶା ରଖାଯାଇଛି। ଫୋନ୍‌ର ନାମ ନୋକିଆ ୯ ପିୟୋର ଭିୟୁ ରହିଛି। ଏଯାବତ୍‌ ଆସିଥିବା ଅନେକ ଭିଡିଓ ଓ ଇମେଜ୍‌ରେ ନୋକିଆ ୯ ପିୟୋରଭିୟୁର ଫିଚର ସାମ୍ନାକୁ ଆସି ସାରିଛି। ଏହି ସ୍ମାର୍ଟଫୋନ୍‌ର ସବୁଠାରୁ ସ୍ୱତନ୍ତ୍ର କଥାଟି ହେଉଛି, ଏଥିରେ ଲାଗିଥିବା କ୍ୟାମେରା।

ଲିକ୍‌ ହୋଇଥିବା ରିପୋର୍ଟସ୍‌ ମୁତାବକ, ନୋକିଆର ଏହି ସ୍ମାର୍ଟଫୋନ୍‌ରେ ୭ଟି କ୍ୟାମେରା ଲାଗିଛି। ଫୋନ୍‌ର ରିୟରରେ ପେଣ୍ଟା ଲେନ୍ସ କ୍ୟାରୋ ସେଟ୍‌ଅପ୍‌ ହେବ। ଅର୍ଥାତ୍‌ ଫୋନ୍‌ ପଛ ପାର୍ଶ୍ୱରେ ୫ଟି କ୍ୟାମେରା ଏବଂ ସାମ୍ନାରେ ୨ଟି କ୍ୟାମେରା ରହିଛି। ଏହି ସ୍ମାର୍ଟଫୋନ୍‌ରେ କ୍ୟାମେରା ସଂଖ୍ୟା ଏହାର ବିଶେଷ ସେଲିଂ ପଏଣ୍ଟ ରହିଛି। ପଛପାର୍ଶ୍ୱରେ ଲାଗିଥିବା ଦୁଇଟି କ୍ୟାମେରା ୧୨-୧୨ ମେଗାପିକସଲ ହେବ। ସେହିପରି ଅନ୍ୟ ଦୁଇଟି କ୍ୟାମେରା ୧୬-୧୬ ମେଗାପିକ୍‌ସଲ୍‌ ହେବ, ୫ମ କ୍ୟାମେରା ୫ ମେଗାପିକସଲ। ନୋକିଆ ୯ ପିୟୋର ଭ୍ୟୁରେ ପଛପଟେ ଦିଆଯାଇଥିବା ସେଟ୍‌ଅପ୍‌ରେ ଏଲ୍‌ଇଡି ଫ୍ଲେସ୍‌ ଓ ଆଇଆର ସେନ୍‌ସର୍‌ କିମ୍ବା ଅଟୋଫୋକସ୍‌ ବି ହୋଇପାରେ।

ସମ୍ବନ୍ଧିତ ଖବର