ଏବେ ଘରେ ବସି ଜାଣନ୍ତୁ ନିଜ ଫୋନର ସର୍ଭିସିଂ ଷ୍ଟାଟସ୍‌

ନୂଆଦିଲ୍ଲୀ: ଭାରତରେ ସ୍ମାର୍ଟଫୋନର ପ୍ରସାର ଅତି ଦ୍ରୁତ ଗତିରେ ମାଡ଼ିଚାଲିଛି । ଲୋକମାନେ ଏବେ ୪-ଜି ସେଟ୍‌ ବ୍ୟବହାର କରି ଆଗକୁ ୫-ଜି ସେଟ୍‌ ବ୍ୟବହାର ଲାଗି ମନ ବଳେଇଲେଣି । ଏହାକୁ ତାଳଦେଇ ଦେଶୀ, ବିଦେଶୀ ଅନେକ ମୋବାଇଲ କମ୍ପାନି ପ୍ରତି ସପ୍ତାହରେ ନୂଆ ନୂଆ ପ୍ରକାରର ସ୍ମାର୍ଟଫୋନ ବଜାରକୁ ଛାଡୁଛନ୍ତି । କିନ୍ତୁ ସ୍ମାର୍ଟଫୋନଟିଏ ଖରାପ ହେଲେ ତାହାକୁ ମରାମତି କରିବା ଯେ କେତେ ମୁଣ୍ଡବ୍ୟଥାର କଥା ତାହା ଅନୁଭବ କରିଥିବା ଲୋକ ହିଁ ଯାଣିଛି । କେବଳ ବଡ଼ ବଡ଼ ସହରରେ ହିଁ ସ୍ମାର୍ଟଫୋନର ସର୍ଭିସ ସେଣ୍ଟର ଥାଏ । ଗାଁ ରେ ରହୁଥିବା ମୋବାଇଲ ବ୍ୟବହାରକାରୀଙ୍କୁ ମରାମତି ପାଇଁ ସହରକୁ ଦୌଡିବାକୁ ପଡେ । ପୁଣି ମରାମତି ପାଇଁ ଫୋନ ଟିଏ ଦେଇଥିଲେ ତାହା କେବେ ଠିକ୍‌ ହେବ ସେଥିରେ କିଛି ନିର୍ଦ୍ଦିଷ୍ଟ ତାରିଖ ନଥାଏ ।

ଗ୍ରାହକଙ୍କ ଏହି ସମସ୍ୟାର ସମାଧାନ ନେଇ ଆସିଛି ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି । ଏହି ବିକ୍ରି ପର ସେବା ମାଧ୍ୟମରେ ଗ୍ରାହକମାନେ ନିଜ ମୋବାଇଲର ସର୍ଭିସିଂ ଷ୍ଟାଟସ୍‌ ବା ମରାମତି କାମ କେଉଁ ସ୍ତରରେ ଅଛି ତାହା ଅନଲାଇନରେ ଜାଣିପାରିବେ । ଏହି ସେବାକୁ କୁହାଯାଉଛି ସର୍ଭିସିଂ ଅର୍ଡର ଷ୍ଟାଟସ୍‌ ।

ନିଜର ସର୍ଭିସ ଷ୍ଟାଟସ୍‌ ଜାଣିବା ପାଇଁ ଗ୍ରାହକମାନଙ୍କୁ mi.com କ୍ଲିକ୍‌ କରି ସେଥିରେ ସର୍ଭିସ ସେଣ୍ଟର ପକ୍ଷରୁ ଦିଆଯାଇଥିବା ସର୍ଭିସିଂ ନମ୍ବର ବା ସିରିଆଲ ନମ୍ବର  ଏଣ୍ଟର କରିବାକୁ ପଡିବ । ଏହାପରେ ଗ୍ରାହକ ସର୍ଭିସର ଷ୍ଟାଟସ୍‌ ବା ସ୍ଥିତି ଜାଣିପାରିବେ । ମେସେଜ୍‌ ଗୁଡିକର ଅର୍ଥ ନିମ୍ନ ପ୍ରକାରର ରହିଛି ।

ଅଣ୍ଡର ଅନ୍ସପେକ୍ସନ- ଆପଣଙ୍କ ଫୋନକୁ ଯାଞ୍ଚ କରାଯାଉଛି ।
ଓ୍ଵାର୍କ ଇନ ପ୍ରୋଗ୍ରେସ୍‌-ଆପଣଙ୍କ ଫୋନର ମରାମତି ହେଉଛି ।
ରେଡି ଫର ଡେଲିଭରୀ-ଆପଣଙ୍କ ଫୋନଟି ଡେଲିଭରୀ ପାଇଁ ପ୍ରସ୍ତୁତ ।
ଡେଲିଭରଡ୍‌- ଆପଣଙ୍କୁ ଫୋନଟି ଦିଆସରିଛି ।
କ୍ୟାନସେଲଡ-ଆପଣଙ୍କ ସର୍ଭିସ ଅର୍ଡର ବାତିଲ ହୋଇଯାଇଛି ।

ସମ୍ବନ୍ଧିତ ଖବର