୯୦ ଦିନ ମଧ୍ୟରେ ୟୁଟ୍ୟୁବରୁ ଡ଼ିଲିଟ କରାଯାଇଛି ୮୦ ଲକ୍ଷ ଭିଡ଼ିଓ; ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ନିକଟରେ ୟୁଟ୍ୟୁବ୍‌ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ରିପୋର୍ଟ ଅନୁସାରେ ଏହାର ପ୍ଲାର୍ଟଫର୍ମରୁ ୮୦ ଲକ୍ଷ ଭିଡ଼ିଓକୁ ଡ଼ିଲିଟ କରାଯିବାର ସୂଚନା ଦିଆଯାଇଛି। ଏହି ଭିଡ଼ିଓଗୁଡ଼ିକ ୟୁଟ୍ୟୁବର କମ୍ୟୁନିଟି ଗାଇଡ଼ଲାଇନକୁ ଉଲଂଘନ କରୁଥିଲା । ତେବେ ଏହି ଭିଡ଼ିଓଗୁଡ଼ିକୁ ଭିୟୁ ହେବା ପୂର୍ବରୁ ଡ଼ିଲିଟ କରାଯିବାର ସୂଚନା ମିଳିଛି। ଏହା ମଧ୍ୟରେ ରହିଛି ଆତଙ୍କବାଦକୁ ପ୍ରବର୍ତ୍ତାଉଥିବା ଭିଡ଼ଓ , ଶିଶୁ ଶୋଷଣ ସଂପର୍କିତ ଭିଡ଼ିଓ ଏବଂ ସମାଜରେ ନକାରତ୍ମକ ଚିନ୍ତାଧାରା ସୃଷ୍ଟି କରିବା ଭିଡ଼ିଓ । ୨୦୧୮ ମସିହାର ପ୍ରଥମ ତ୍ରୈମାସିକ ରିପୋର୍ଟରୁ ଏହା ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ , ୟୁଟ୍ୟୁବ୍‌ରେ ଡ଼ିଲିଟ କରାଯାଇଥିବା ୮୦ ଲକ୍ଷ ଭିଡ଼ିଓ ମଧ୍ୟରୁ ୭୬ ପ୍ରତିଶତ ଭିଡ଼ିଓକୁ ଭିୟ୍ୟୁ ହେବା ପୂର୍ବରୁ ଡ଼ିଲିଟ କରାଯାଇଛି। ଏଥିରେ ମୁଖ୍ୟତଃ ହିଂସାକୁ ପ୍ରବର୍ତ୍ତାଉଥିବା ଭିଡ଼ିଓ ରହିଛି। ବର୍ତ୍ତମାନ ମଧ୍ୟ ୟୁଟ୍ୟୁବରେ ସମୁଦାୟ ୯.୩ ମିଲିୟନ ଅର୍ଥାତ ୯୩ ଲକ୍ଷ ଭଡ଼ିଓ ରହିଛି ଯାହା କମ୍ୟୁନିଟି ଗାଇଡ଼ଲାଇନକୁ ଉଲଂଘନ କରୁଛି। ତେବେ ଏହି ଭିଡ଼ିଓ ଗୁଡ଼ିକୁ ଅଧିକ ମାତ୍ରାରେ ଭାରତରେ ଅପଲୋଡ଼ କରାଯାଇଥିବା ବେଳେ ଦ୍ୱିତୀୟରେ ରହିଛି ଆମେରିକା ।

Washington Post

ୟୁଟ୍ୟୁବ ବର୍ତ୍ତମାନ ଲଗାତାର ସମସ୍ତ ଭିଡ଼ିଓର ଯାଞ୍ଚ କରୁଛି , ଯେଉଁ ଭିଡ଼ିଓଗୁଡ଼ିକ ଏହାର ଗାଇଡ଼ଲାଇନକୁ ଉଲଂଘନ କରୁଛନ୍ତି ତାହାକୁ ଭିୟ୍ୟୁ ହେବା ପୂର୍ବରୁ ତାହାକୁ ଡ଼ିଲିଟ କରାଯିବା ପାଇଁ ଉଦ୍ୟମ କରାଯାଉଛି। ଏହା ସହ ୟୁଟ୍ୟୁବ ତାର ଡିଲିଟ୍‌ ବ୍ୟବସ୍ଥାକୁ ସକ୍ରିୟ କରିବା ପାଇଁ ଚେଷ୍ଟା କରୁଛି ଯାହା ଦ୍ୱାରା ଆତଙ୍କବାଦ ସମ୍ବନ୍ଧିୟ ଭିଡ଼ିଓଗୁଡ଼ିକ ଆପେଆପେ ଡ଼ିଲିଟ ହୋଇଯିବ।
ଗତ ସପ୍ତାହରେ ୟୁଟ୍ୟୁବକୁ ୩୦୦ଟି କମ୍ପାନି ତାଙ୍କର ବିଜ୍ଞାପନ ସହ ଆପତ୍ତିଜନକ ଭିଡ଼ିଓ ଆସୁଥିବାର କହିଥିଲେ। ଏହା ପରେ ୟୁଟ୍ୟୁବ ଏହାର ଯାଞ୍ଚ କରିବା ସହ ଖରାପ ଉପାଦାନ ସମ୍ବଳିତ ଭିଡ଼ିଓକୁ ଡ଼ିଲିଟ କରିଛି।

ସମ୍ବନ୍ଧିତ ଖବର