ନାବାଳିକା ସହ ଦୁଷ୍କର୍ମ କରି ସୋସିଆଲ ମିଡିଆରେ ଭିଡିଓ ଛାଡ଼ିଲା ଦିଅର, ଭାଉଜ ବନିଥିଲେ ମାଷ୍ଟରମାଇଣ୍ଡ !

ମଥୁର: ମଥୁରାରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା । ଜଣେ ୧୨ବର୍ଷିୟ ନାବାଳିକା ସହ ଦୁଷ୍କର୍ମ କରିଛି ୨୦ବର୍ଷିୟ ଯୁବକ । ଖାଲି ସେତିକି ନୁହେଁ ଘଟଣାର ଦୁଇ ମାସ ପରେ ଏହାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ସୂଚନା ମିଳିଛି । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ପୀଡ଼ିତାଙ୍କ ପରିବାର ଲୋକେ ପୁଲିସକୁ ଜଣାଇବା ସହ ଭିଡ଼ିଓଟି ଦୁଷ୍କର୍ମକାରୀଙ୍କ ଫୋନ ମାଧ୍ୟମରେ ରେକର୍ଡ଼ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ସହ ଏହି ଘଟଣାଟି ଦୁଇ ମାସ ପୂର୍ବେ ଘଟିଥିବା ବେଳେ ପୀଡ଼ିତାଙ୍କ ଭାଇ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିବା ପରେ ଘଟଣାଟି ସାମ୍ନାକୁ ଆସିଛି । ପୂରା ଘଟଣା ବିଷୟରେ ଜଣା ପଡ଼ିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୁକ୍ତ ପଦମ୍‌,ତାଙ୍କ ଭାଉଜ ସୁନିତା ଏବଂ ତାଙ୍କ ସାଙ୍ଗ ପ୍ରତାପଙ୍କ ବିରୋଧରେ ଏତଲା ଦେଇଥିବା ଜଣାପଡ଼ିଛି ।

Indiatimes.com

ସୂଚନା ମୁତାବକ, ଅଭିଯୁକ୍ତଙ୍କ ଭାଉଜ କୌଣସି ଜିନିଷ ଦେବା ବାହାନାରେ ପୀଡ଼ିତାଙ୍କୁ ଘରକୁ ଡ଼ାକିଥିଲେ । ଯେଉଁଠି ପଦମ୍‌ ଏବଂ ତାଙ୍କ ସାଙ୍ଗ ପ୍ରତାପ ପୀଡ଼ିତାଙ୍କୁ ଅପେକ୍ଷା କରି ବସିଥିଲେ । ପୀଡ଼ିତା ଜଣକ ତାଙ୍କ ଘରେ ପହଁଞ୍ଚିବା ପରେ ପଦମ୍‌ ତାଙ୍କୁ ଟାଣି ନେଇ ଦୁଷ୍କର୍ମ କରିବା ସହ ପ୍ରତାପ ପୂରା ଘଟଣାକୁ ପଦମ୍‌ଙ୍କ ଫୋନରେ ରେକର୍ଡ଼ କରିଥିଲେ । ଦୁଷ୍କର୍ମ କଥା କାହାକୁ ଜଣାଇଲେ ତୋ ଭାଇକୁ ମାରିଦେବୁ ବୋଲି କହି ପୀଡ଼ିତାଙ୍କୁ ଡ଼ରାଇବା ସହ ଘରକୁ ପଠାଇ ଦେଇଥିଲେ । ଯାହା ଫଳରେ ଦୁଇ ମାସ ପର୍ଯ୍ୟନ୍ତ ପୀଡ଼ିତା ଚୁପ୍‌ ରହିଥିଲେ । ଏ ନେଇ ପୁଲିସରେ ଏତଲା ଦିଆଯିବା ପରେ ସୁନିତାଙ୍କୁ ପୁଲିସ ଗିରଫ କରିନେବା ସହ ବାକି ଦୁଇ ଜଣ ଏବେ ଫେରାର ଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର