୨୧କିଲୋ ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ୱର: ନୟାପଲ୍ଲୀ ପୁଲିସ ବୁଧବାର ରାତିରେ ପେଟ୍ରୋଲିଂ ସମୟରେ ହାଥିଆସୁଣୀ ଛକ ନିକଟରେ ଚଢ଼ାଉ କରି ୨୧କିଲୋ ୫୦ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ଏକ ହିରୋ ଗ୍ଲାମରକୁ ମଧ୍ୟ ଜବତ କରିଛି।

ପୁଲିସ ଖୋର୍ଦ୍ଧାଜିଲ୍ଲା ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ନିକଟସ୍ଥ ନୀଳଚକ୍ରନଗର ନିବାସୀ ମୁରଲୀଧର ସାହୁଙ୍କ ପୁଅ ସ୍ୱପ୍ନା ସାହୁ ଓରଫ ସ୍ୱପ୍ନ(୨୨) ଓ ନୟାଗଡ଼ସାହିର ବିଦ୍ୟାଧର ପ୍ରଧାନଙ୍କ ପୁଅ ସନୁ ପ୍ରଧାନ(୨୧) ଗିରଫ କରି ପୁଲିସ ବୁଧବାର କୋର୍ଟ ଚାଲାନ କରିଛି।

ସମ୍ବନ୍ଧିତ ଖବର