ମିଛ ବିବାହ ପ୍ରତିଶ୍ରୁତି ଦେଖାଇ ଯୁବତୀ ସହ ଦୁଷ୍କର୍ମ ଅଭିଯୋଗ

ମୁଜାଫର୍‌ନଗର: ମିଛ ବିବାହର ପ୍ରତିଶ୍ରୁତି ଦେଖାଇ ଦୁଷ୍କର୍ମ ହେଉଥିବା ଆଜିକାଲି ଏକ ସାଧାରଣ ଘଟଣା ପାଲଟିଗଲାଣି। ଅନେକ ଯୁବକ ବିବାହ ପ୍ରତିଶ୍ରୁତି ଦେଖାଇ ଯୁବତୀଙ୍କ ସହ ଶାରୀରିକ ସଂପର୍କରେ ରଖିବା ପରେ ସେମାନଙ୍କ ସହ ପ୍ରତାରଣା କରି ପ୍ରତିଶ୍ରୁତିରୁ ଓହରି ଯାଉଥିବା ଭଳି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି। ନିକଟରେ ଅନୁରୂପ ଘଟଣା ଘଟିଯାଇଛି।

ମୁଜାଫର୍‌ନଗରରେ ଦେଖିବାକୁ ମିଳିଛି ସେହିପରି ଏକ ଅଭାବନୀୟ ଘଟଣା। ଜଣେ ୨୭ ବର୍ଷୀୟା ଯୁବତୀଙ୍କୁ ଜଣେ ଯୁବକ ବିବାହ କରିବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଶନିବାର ଯୁବତୀ ଜଣକ ଅଭିଯୋଗ ଆଣିବା ପରେ ଅଭିଯୁକ୍ତ ନୀତିନ କୁମାରଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ନୀତିନ କୁମାର କେଉଁଆଡ଼େ ଫେରାର୍‌ ହୋଇ ଯାଇଥିବା ସୂଚନା ରହିଛି। ଅଭିଯୁକ୍ତକୁ ଧରିବା ପାଇଁ ଏବେ ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପୁଲିସ୍‌ ଏବେ ନୀତିନ୍‌ କୁମାରଙ୍କୁ ଧରିବା ପାଇଁ ଦତନ୍ତ ଚଳାଇଛି।

ସମ୍ବନ୍ଧିତ ଖବର