ଦାନବୀ ସାଜିଲେ ସ୍କୁଲର ଦୁଇ ସହାୟିକା, ୩ ବର୍ଷ ଶିଶୁର ଗୁପ୍ତାଙ୍ଗରେ ଭର୍ତ୍ତି କରିଦେଲେ ପଥର
ହାଇଦ୍ରାବାଦ୍: ହାଇଦ୍ରାବାଦ୍ର ମାଧାପୁର ଅଞ୍ଚଳରେ ଜଣେ ସାଢ଼େ ୩ବର୍ଷର ଶିଶୁ ସହ ଯେଉଁ ଭଳି ଭାବରେ ସ୍କୁଲର ଦୁଇ ସହାୟିକା ଅମାନୁଷିକ କାମ କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୀଡ଼ିତାଙ୍କ ସହ ଯୌନ ଶୋଷଣ କରାଯିବା ସହ ତାଙ୍କ ଗୁପ୍ତାଙ୍ଗରେ ପଥର ଭର୍ତ୍ତି କରିଦେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାଟି ଅପ୍ରେଲ ୧୦ରେ ଘଟିଥିବା ବେଳେ ପୀଡ଼ିତାର ମା’ଙ୍କ ଅଭିଯୋଗ ପରେ ପୁଲିସ ଏବେ ଦୁଇ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ପୀଡ଼ିତା ସ୍କୁଲରୁ ଘରେ ଆସି ପହଞ୍ଚିବା ପରେ ତାଙ୍କ ଗୁପ୍ତାଙ୍ଗରୁ ରକ୍ତସ୍ରାବ ହେଉଥିବା ଦେଖି ପରିବାର ଲୋକେ ଏହାର କାରଣ ପଚାରିଥିଲେ । ଏହା ପରେ ପୀଡ଼ିତା ସ୍କୁଲରେ କିଛି ଦିନ ପୂର୍ବରୁ କାମ କରିବାକୁ ଆସିଥିବା ଦୁଇ ସହାୟିକା ଏଭଳି କରିଥିବା ନିଜ ପରିବାରକୁ ଜଣାଇଥିଲେ । ଯାହା ପରେ ପୀଡ଼ିତାଙ୍କ ମା’ ତାଙ୍କୁ ଡ଼ାକ୍ତରଖାନା ନେବା ସହ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ପୀଡ଼ିତାଙ୍କୁ ପଚରାଉଚରା କରିବା ପରେ ସ୍କୁଲର ଶୌଚାଳୟରେ ଏଭଳି ଅମାନବିକ କାମ କରାଯାଇଥିବା କହିଥିଲେ ପୀଡ଼ିତା ।