ଜୁଆ ଆଡ଼ାରେ ଚଢ଼ଉ, ୫ ଗିରଫ

ଭୁବନେଶ୍ୱର: କ୍ୟାପିଟାଲ ଥାନା ପୁଲିସ ଆଜି ଏକ ଜୁଆ ଆଡ଼ା ଉପରେ ଚଢ଼ଉ କରିବା ସହ ଜୁଆ ଖେଳିବା ଅଭିଯୋଗରେ ୫ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଳ୍ପନା ଶବର ସାହିର ଲକ୍ଷ୍ମୀ ତରାଇ (୫୦), ଚିନ୍ତାମଣିଶ୍ୱର ଅଞ୍ଚଳର ପ୍ରମୋଦ ପରିଡ଼ା(୩୦), ୟୁନିଟ୍‌-୧ ଅଞ୍ଚଳର ବିଶ୍ୱନ୍ତ ସୁଆଳସିଂହ(୩୨), ୟୁନିଟ୍‌-୪ ଏଜି କଲୋନିର ସନ୍ତୋଷ କୁମାର ସିଂହ(୪୫) ଓ ଏୟାରଫିଲଡ୍‌ ଥାନା ଅନ୍ତର୍ଗତ ପଳାସପଲ୍ଲୀ ଅଞ୍ଚଳର ତୋଫାନ ପରିଡ଼ା(୩୮)। ଏହି ଅଭିଯୁକ୍ତମାନେ ଆଜି ୟୁନିଟ୍‌-୧ ଭୂତଳ ମାର୍କେଟ୍‌ରେ ଜୁଆ ଖେଳୁଥିଲେ। ଏକ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ସେଠାରେ ଚଢ଼ଉ କରି ଗିରଫ କରିଥିଲା। ପୁଲିସ ଏନେଇ ନମ୍ବର ୩୮୫/୧୮ରେ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର