ମା’ ପାଖରେ ଶୋଇଥିବା ୬ ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ

ବାନ୍ଦ୍ରା : ଉତ୍ତରପ୍ରଦେଶର ବାନ୍ଦ୍ରା ଜିଲ୍ଲାର ବବେରୁ କୋତଓ୍ଵାଲି କ୍ଷେତ୍ରରେ ଘଟିଛି ଏକ ଅଭାବନୀୟ ଘଟଣା । ମା’ଙ୍କ ସହ ଘର ବାହାରେ ଶୋଇଥିବା ୬ ବର୍ଷର ନାବାଳିକାକୁ ତାଙ୍କ ପଡ଼ିଶା ଘରର ୧୭ ବର୍ଷିୟ ନାବାଳକ ଅପହରଣ କରି ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସିଛି। ଘଟଣା ସମ୍ବନ୍ଧରେ ପୁଲିସରେ ଏକ ମାମଲା ରୁଜୁ କରାଯିବା ସହ ପୋକ୍ସୋ ନିୟମ ଅନ୍ତର୍ଗତ ଅଭିଯୁକ୍ତଙ୍କୁ ଗିରଫ କରାଯିବାର ସୂଚନା ମିଳିଛି ।
ଘଟଣା ଅନୁଯାୟୀ , ବବେରୁରେ ରହୁଥିବା ଆନନ୍ଦ କୁମାର ମଙ୍ଗଳବାର ଦିନ ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ନିଜର ୬ବର୍ଷର ଝିଅକୁ ନେଇ ପୁଲିସ ନିକଟରେ ପହଞ୍ଚିଥିଲେ । ସେଠାରେ ସେ ତାଙ୍କର ନାବାଳିକା ଝିଅ ଘର ବାରଣ୍ଡାରେ ଶୋଇଥିବା ବେଳେ ପଡ଼ୋଶୀ ୧୭ ବର୍ଷର ନାବାଳକ ତାକୁ ଅପହରଣ କରି ତା’ ସହିତ ଦୁଷ୍କର୍ମ କରିଛି ବୋଲି ଅଭିଯୋଗ କରିଥିଲେ । ଘଟଣାଟି ସର୍ବସମ୍ମୁଖକୁ ଆସିବା ପରେ ବର୍ତ୍ତମାନ ଲିଖିତ ଭାବେ ଘଟଣା ସମ୍ବନ୍ଧୀୟ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଖୋଜୁଛି ପୁଲିସ ।

ସମ୍ବନ୍ଧିତ ଖବର