ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୨ ଗିରଫ

ଭୁବନେଶ୍ୱର : ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେମାନଙ୍କ ନାଁ ଚନ୍ଦନ ପାତ୍ର (୩୩) ଓ ମନୋଜ ସ୍ୱାଇଁ (୩୨)। ଉଭୟଙ୍କ ଘର ସାଲିସାହି ନିରଙ୍କାରୀ ନଗର। ଗତ ୧୩ ତାରିଖ ଦିନ ରାତିରେ ଚନ୍ଦନ ଓ ମନୋଜ ନିଶାଶକ୍ତ ଅବସ୍ଥାରେ ସେହି ଅଞ୍ଚଳର ସଞ୍ଜୟ ସେଠୀ ନାମକ ଜଣେ ଯୁବକଙ୍କୁ ଗାଳିଗୁଳଜ କରିଥିଲେ। ସଞ୍ଜୟ ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ସଞ୍ଜୟ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଦୁଇ ଜଣକଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର