ମହିଳାଙ୍କୁ ହତ୍ୟା ଉଦ୍ୟମ, ଯୁବକ ଗିରଫ

ଭୁବନେଶ୍ୱର: ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ତା ନାଁ ଦୀପକ ନାୟକ ଓରଫ ପପୁ। ଘର ନେହେରୁ ବସ୍ତିରେ। ଆଜି ଦୀପୁକୁ କୋର୍ଟ ଚାଲାଣ କରାଯାଇଛି। ଦୀପକ କିଛି ଦିନ ତଳେ ବସ୍ତିର ସଂଜୁ ଲେଙ୍କା ନାମକ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ସଂଜୁ ଥାନାରେ ଅଭିଯୋଗ କରିଥିଲେ। ଜାଗାବାଡ଼ି ବିବାଦକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିଲା।

ସମ୍ବନ୍ଧିତ ଖବର