ପାଟନା: ଲୋକତନ୍ତ୍ର ଉପରେ ଭିଡ଼ତନ୍ତ୍ରର ପ୍ରଭାର ଶୁକ୍ରବାର ଅପରାହ୍ନରେ ବିହାରର ବେଗୁସରାଇ ଜିଲ୍ଲାରେ ଦେଖିବାକୁ ମିଳିଛି। ସଶସ୍ତ୍ର ଦୁର୍ବୃତ୍ତମାନେ ବିଦ୍ୟାଳୟରେ ପ୍ରବେଶ କରି ଜଣେ ଛାତ୍ରୀଙ୍କୁ ଅପହରଣ କରିବା ପୂର୍ବରୁ ଭିଡ ହିଂସାର ଶିକାର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ୩ଜଣ ଦୁର୍ବୃତ୍ତଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଛାତ୍ରୀକୁ ଅପହରଣ କରିବା ପୂର୍ବରୁ ଦୁବୃର୍ତ୍ତମାନେ ସ୍ଥାନୀୟ ଲୋକଙ୍କ ନିକଟରୁ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବେଗୁସରାଇ ଜିଲ୍ଲାର ଛୋରାହୀ ଥାନା ଅଧିନ ପସଲ୍ଲା ଗାଁର ନବସୃଜିତ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀକୁ ଅପହରଣ କରିବା ଉଦ୍ଦେଶ୍ୟରେ ପହଞ୍ଚିଥିଲେ। ସେମାନେ ଛାତ୍ରୀକୁ ଅପହରଣ କରି ସେଠାରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ସ୍କୁଲର ପ୍ରଧାନଶିକ୍ଷକ ଏହାକୁ ବିରୋଧ କରିଥିଲେ। ଏହା ପରେ ଦୁର୍ବୃତ୍ତମାନେ ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରିଥିଲେ।
ବିଦ୍ୟାଳୟ ପରିସରରେ ବଡ଼ ଧରଣର ପାଟିତୁଣ୍ଡ ହୋଇଥିବାରୁ ସ୍ଥାନୀୟ ଲୋକେ ଏକାଠି ହୋଇ ଯାଇଥିଲେ। ଶତାଧିକ ଲୋକଙ୍କୁ ଦେଖି ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ି ଯାଇଥିଲେ। ନିସ୍ତୁକ ମାଡ଼ ଖାଇବା ପରେ ଦୁର୍ବୃତ୍ତମାନଙ୍କର ମୃତ୍ୟୁ ହୋଇଛି। ଦୁଇଜଣ ମୃତକଙ୍କ ନାମ ମୁକେଶ ମହତୋ ଓ ହୀରା ସିଂହ ହୋଇଥିବା ବେଳେ ତୃତୀୟ ବ୍ୟକ୍ତିଙ୍କର ପରିଚୟ ମିଳି ପାରି ନାହିଁ।