କର୍କଟ ରୋଗଠାରୁ ଏହା ବହୁତ ଭଲ ବୋଲି ଲେଖି ସ୍ତ୍ରୀ ଏବଂ ପୋଷା କୁକୁରକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଜଣେ ଯୁବକ କର୍କଟ ରୋଗକୁ କାରଣ ଦର୍ଶାଇ ଯେଉଁ ପଦକ୍ଷେପ ନେଇଛନ୍ତି, ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରଥମେ ନିଜ ସ୍ତ୍ରୀ ମମତାଙ୍କୁ ଡମ୍‌ବେଲ ସାହାଯ୍ୟରେ ହତ୍ୟା କରି ପରେ ଘରେ ଥିବା ପୋଷା କୁକୁରକୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲେ ଅତୁଲ ଉପାଧ୍ୟାୟ । ଏହା ପରେ ପରେ ନିଜେ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ । ହଠାତ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଜୀବନ ହାରିବା ଏବେ ସ୍ଥାନୀୟ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ଶବ ଜବତ କରି ତଦନ୍ତ ଚଳାଇଛି ପୁଲିସ ।

Times Now

ପ୍ରଥମିକ ତଦନ୍ତରୁ କର୍କଟ ରୋଗ କାରଣରୁ ମୃତ ଅତୁଲ ଏପରି ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି । କିନ୍ତୁ କର୍କଟ ରୋଗ ଅତୁଲ ଉପାଧ୍ୟାୟଙ୍କୁ ନା ତାଙ୍କ ପତ୍ନୀ ମମତାଙ୍କୁ ହୋଇଥିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଅତୁଲ କେବଳ ନିଜ ଶେଷ ଚିଠିରେ, କର୍କଟ ରୋଗ ହେଉଛି ସବୁଠାରୁ ବଡ଼ ରୋଗ । ମୁଁ ଯାହା କରିବାକୁ ଯାଉଛି, ତାହା କର୍କଟ ରୋଗଠାରୁ ବହୁତ ଭଲ ବୋଲି ଲେଖିଥିଲେ । ପ୍ରକୃତରେ କର୍କଟ ରୋଗରେ କିଏ ପୀଡ଼ିତ ଥିଲେ ସେ ନେଇ ତଦନ୍ତ ଚଳାଇଛି ପୁଲିସ ।

ସମ୍ବନ୍ଧିତ ଖବର