ଅବସାଦଗ୍ରସ୍ତ ଥିବାରୁ ପ୍ରେସ୍କ୍ରିପ୍‌ସନ୍‌ ଦେଖାଇ ଛୁଟି ଆବେଦନ କଲେ ଯୁବତୀ, ଛୁଟି ନ ଦେବା ପରିବର୍ତ୍ତେ ହଷ୍ଟେଲରୁ ବାହାର କରିଦେଲେ

ଭୋପାଳ: ଭୋପାଳରେ ଏକ କଲେଜ ହଷ୍ଟେଲରୁ ଜଣେ ଯୁବତୀଙ୍କୁ ଜୋର ଜବରଦସ୍ତ ବାହାର କରାଯିବା ଘଟଣାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଯୁବତୀ ଜଣକ ମଧ୍ୟମ ଅବସାଦଗ୍ରସ୍ତ ବିକାର ଥିବା ଜଣା ପଡ଼ିବା ପରେ ସେ ପ୍ରେସ୍କ୍ରିପ୍‌ସନ୍‌ ଦେଖାଇ ସପ୍ତାହେ ଛୁଟି ପାଇଁ ଆବେଦନ କରିଥିଲେ । କିନ୍ତୁ ତାଙ୍କୁ ଛୁଟି ଦେବା ପରିବର୍ତ୍ତେ ହଷ୍ଟେଲରୁ ବାହାର କରି ଦିଆ ଯାଇଥିଲା । ଏ ନେଇ ବିବାଦ ଆରମ୍ଭ ହେବା ପରେ ମିଛ ପ୍ରେସ୍କ୍ରିପ୍‌ସନ୍‌ ଦେଇ ଯୁବତୀ ଛୁଟି ମାଗୁଥିବା କହି ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେସନ ତରଫରୁ ସଫେଇ ଦିଆ ଯାଇଛି । ଯୁବତୀଙ୍କ ପ୍ରେସ୍କ୍ରିପ୍‌ସନ୍‌ର ଫଟୋ ପିଞ୍ଜରା ତୋଡ୍‌ ନାମକ ଏକ ସଂସ୍ଥା ଫେସ୍‌ବୁକ୍‌ରେ ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଛି ।

thetimes.co.uk

କରାଯାଇଥିବା ପୋଷ୍ଟ ଅନୁଯାୟୀ, ପୀଡ଼ିତା ଦେଇଥିବା ପ୍ରେସ୍କ୍ରିପ୍‌ସନ୍‌କୁ ମିଛ ବୋଲି ଦର୍ଶାଇ ଷ୍ଟେଲରୁ ତାଙ୍କୁ ବାହାର କରି ଦିଆ ଯାଇଥିଲା । ପୂର୍ବରୁ ଅନେକ ପିଲା ବାହାରକୁ ବୁଲିଯିବା ପାଇଁ ମିଛ ପ୍ରେସ୍କ୍ରିପ୍‌ସନ୍‌ ଦେଉଥିବା ବେଳେ ପୀଡ଼ିତା ଦେଇଥିବା ପ୍ରେସ୍କ୍ରିପ୍‌ସନ୍‌କୁ ମିଛ ବୋଲି ଭାବି ହଷ୍ଟେଲରୁ ତାଙ୍କୁ ଜୋରଜବରଦସ୍ତ ବାହାର କରି ଦିଆ ଯାଇଥିଲା । ପୀଡ଼ିତା ବାହାର ନ କରିବା ପାଇଁ ନେହୁରା ହେବାରୁ ପୀଡ଼ିତାଙ୍କ ବାପାଙ୍କୁ ଡ଼କାଇ ସବୁ ଘଟଣା ବିଷୟରେ ହଷ୍ଟେଲ ପ୍ରଶାସକ ଜଣାଇଥିଲେ । ଏହା ସହ ପୁଲିସରେ ଅଭିଯୋଗ କରିବାକୁ ମଧ୍ୟ ଧମକ ଦେଇଥିଲେ । ସବୁ ଜାଣି ପୀଡ଼ିତା ଦେଇଥିବା ପ୍ରେସ୍କ୍ରିପ୍‌ସନ୍‌ ମିଛ ନୁହେଁ ବୋଲି ତାଙ୍କ ବାପା ଜଣାଇବା ସହ ଜାଣି ଶୁଣି ତୁମେମାନେ ଏପରି କରୁଥିବା କହିବାରୁ ହଷ୍ଟେଲ ପ୍ରଶାସନ ମାମଲାକୁ ଅଦାଲତକୁ ନେବା ପାଇଁ ଧମକ ଦେଇଥିବା କରାଯାଇଥିବା ପୋଷ୍ଟରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର