ବିଗ୍ ବସ୍ ପ୍ରତିଯୋଗୀ ଅରହାନଙ୍କ ବିରୋଧରେ ପ୍ରତାରଣା ଅଭିଯୋଗ ଆଣିଥିବା ଅମୃତାଙ୍କୁ ଗିରଫ କଲା ପୁଲିସ

ମୁମ୍ବାଇ: ଶୁକ୍ରବାର ମୁମ୍ବାଇର ଗୋରେଗାଓଁରେ ଚାଲୁଥିବା ଏକ ସେକ୍ସ ରାକେଟକୁ ଠାବ କରିଛି ମୁମ୍ବାଇ ପୁଲିସ। ଗୋରେଗାଓଁରେ ଥିବା ପଞ୍ଚତାରକା ହେ‌ାଟେଲରେ ଦେହ ବ୍ୟବସାୟ ଭଳି ଅପରାଧ କରାଯାଉଥିଲା। ଏ ନେଇ ସୂଚନା ମିଳିବା ପରେ ହୋଟେଲରେ ପହଞ୍ଚି ୨ଜଣ ମହିଳାଙ୍କୁ ଗିରଫ କରିଥିଲା ପୁଲିସ। ଦୁହିଁଙ୍କ ମଧ୍ୟରୁ ଜଣେ ବିଗ୍ ବସ୍-୧୩ର ପ୍ରତିଯୋଗୀ ଥିବା ଅରହାନ ଖାନଙ୍କ ପ୍ରେମିକା ଅମୃତା ଧନୋଆ ବୋଲି ଜଣାପଡ଼ିଛି।

କିଛି ଦିନ ତଳେ ଅମୃତା ଅରହାନଙ୍କ ଉପରେ ପ୍ରତାରଣାର ଅଭିଯୋଗ ଲଗାଇ ଚର୍ଚ୍ଚାକୁ ଆସିଥିଲେ। ଅମୃତା କହିଥିଲେ କି, ଅରହାନ ମୋ ସହ କିଛି ବର୍ଷ ଲିଭ୍-ଇନରେ ରହିବା ପରେ ମେ‌ାତେ  ଧୋକା ଦେଇଥିଲେ। ମୋ ଟଙ୍କାରେ ୫ବର୍ଷ ଚଳିବା ପରେ ଟଙ୍କା ନ ଦେବାରୁ ସେ ମୋତେ ମାଡ଼ ମାରିବା ଆରମ୍ଭ କରିଥିଲେ। ଏହା ପରେ ମୁଁ ତାଙ୍କୁ ଘରୁ ବାହାର କରି ଦେଇଥିଲି। ପ‌ରେ ସେ ଫେରିବେ ବୋଲି କହି ଆଉ ଫେରି ନ ଥିଲେ। ଏବେ ସେ ଅଭିନେତ୍ରୀ ରଶ୍ମୀ ଦେଶାଇଙ୍କୁ ନିଜ ପ୍ରେମ ଜାଲରେ ଫସାଉଛନ୍ତି।

 ऐसे की गिरफ्तारी
oneindia.com

ତେବେ ତାଙ୍କର ଏଭଳି ଦାବିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ସେ ସେକ୍ସ ରାକେଟ ସହ ସଂପୃକ୍ତ ଥିବା ଖବର ସମସ୍ତଙ୍କକୁ ଆଶ୍ଚର୍ଯ୍ୟ କରିଛି। ପୁଲିସ ଅମୃତାଙ୍କୁ ଗିରଫ କରିଥିବା ବେଳେ ଷଡ଼ଯନ୍ତ୍ର କରାଯାଇ ମୋତେ ଫସାଯାଇଛି କହିଛନ୍ତି ଅମୃତା। ଏମିତିକି ଏଭଳି କରିବା ପଛରେ ଅରହାନଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି ଅମୃତା। ତେବେ ପୁଲିସ ଅମୃତା ଓ ତାଙ୍କ ସହ ଥିବା ଜଣେ ମହିଳାଙ୍କୁ ଗିରଫ କରିବା ସହ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର