ଦାନ୍ତ ଭାଙ୍ଗିବା ପରେ ଅନ୍ୟ ଜଣେ ରୋଗୀଙ୍କ ରିପୋର୍ଟ ଧରାଇ ସବୁ ଠିକ୍ ଅଛି ବୋଲି କହିଲେ ଡ଼ାକ୍ତର, ୩ ମାସ ପରେ ରୋଗୀଙ୍କର ହୋଇଗଲା ଏଭଳି ଅବସ୍ଥା
ସୁରଟ୍ : ସୁରଟ୍ର ମହିଧରପୁରା ଥାନାରେ ଜଣେ ଡ଼ାକ୍ତରଙ୍କ ବିରୋଧରେ ରୋଗୀଙ୍କ ପ୍ରତି ଅବହେଳା କରିଥିବାର ଅଭିଯୋଗ ଆସିଛି । ଠିକ୍ ସମୟରେ ରୋଗୀଙ୍କୁ କର୍କଟ ରୋଗ ବିଷୟରେ ଜଣାଇ ନ ଥିବାରୁ ଡ଼ାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଡ଼ାକ୍ତର ଅନ୍ୟ ଜଣେ ରୋଗୀଙ୍କ ରିପୋର୍ଟ ପୀଡ଼ିତଙ୍କୁ ଦେବାରୁ ତାଙ୍କୁ କର୍କଟ ରୋଗ ବିଷୟରେ ସୂଚନା ମିଳି ପାରି ନ ଥିଲା । କିନ୍ତୁ ଏବେ ସବୁ ଜାଣିବା ବେଳକୁ ତାଙ୍କ ଜୀବନ ଏବେ ସଙ୍କଟରେ ବୋଲି ପୀଡ଼ିତ ଅଭିଯୋଗ କରି ପୁଲିସ ଆଗରେ ନ୍ୟାୟ ଭିକ୍ଷା କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ପୀଡ଼ିତ ହସ୍ମୁଖଙ୍କ କହିବା ଅନୁଯାୟୀ, ଜୁଲାଇ ୨୦୧୮ରେ ଲାଲ ଦରଓ୍ଵାଜାସ୍ଥିତ ଡ଼ାକ୍ତର କୁନାଲ ପଟେଲଙ୍କ କ୍ଲିନିକ୍କୁ ଦାନ୍ତ ବିନ୍ଧାର ସମସ୍ୟା ନେଇ ପହଞ୍ଚିଥିଲେ । ଏହା ପରେ ଡ଼ାକ୍ତର କୁନାଲ ହସ୍ମୁଖ୍ଙ୍କ ଦାନ୍ତ କାଢ଼ି ଦେବା ସହ ଟେଷ୍ଟ ପାଇଁ ଲ୍ୟାବ୍କୁ ପଠାଇଥିଲେ । ଦାନ୍ତ କଢ଼ାଯିବା ପରେ ହସ୍ମୁଖ୍ଙ୍କ ବିନ୍ଧା କମିବା ପରିବର୍ତ୍ତେ ବଢ଼ି ଯାଇଥିଲା । ଯାହା ପାଇଁ ସେ ପୁଣି ଡ଼ାକ୍ତର କୁନାଲଙ୍କୁ ଦେଖାଇବାକୁ ଯାଇଥିବା ବେଳେ ୩ ମାସ ପର୍ଯ୍ୟନ୍ତ ଏପରି ସମସ୍ୟା ରହିବ ଏବଂ ଔଷଧ ଖାଇବା ପରେ ଠିକ୍ ହୋଇଯିବ ବୋଲି ସେ କହିଥିଲେ । ଲ୍ୟାବ୍ରୁ ରିପୋର୍ଟ ଆସିବା ପରେ ଡ଼ାକ୍ତର ସେଥିରେ ହସ୍ମୁଖ୍ଙ୍କ ନାଁ ଲେଖିବା ସହ ସବୁ ଠିକ୍ ଅଛି ବୋଲି କହି ହସ୍ମୁଖ୍ଙ୍କୁ ଘରକୁ ପଠାଇଥିଲେ । ସୁରଟ୍ରେ ଚିକିତ୍ସା କରିବା ପରେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ହସ୍ମୁଖ୍ ଭାବନଗରରେ ଆଉ ଜଣେ ଡ଼ାକ୍ତରଙ୍କ ପାଖକୁ ଯାଇ ଦେଖାଇଥିଲେ । ସେଠାରେ ତାଙ୍କୁ କର୍କଟ ରୋଗ ହୋଇଥିବା ଜଣା ପଡ଼ିଥିଲା।
ଅହମ୍ମଦାବାଦ୍ରେ ଚିକିତ୍ସା କରାଇବାକୁ ଡ଼ାକ୍ତର ପରାମର୍ଶ ଦେବା ପରେ କର୍କଟ ରୋଗ ଚତୁର୍ଥ ଷ୍ଟେଜ୍ରେ ଥିବା ସହ ଏହାର ଚିକିତ୍ସା ହୋଇ ପାରିବ ନାହିଁ ବୋଲି କହିଥିଲେ ଡ଼ାକ୍ତର । ଏବେ କେବଳ କେମୋଥେରାପି ହିଁ କରାଯାଇ ପାରିବ ବୋଲି ଜାଣିବା ପରେ ହସ୍ମୁଖ୍ ସିଧା ପୁଲିସ ଷ୍ଟେସନ ଯାଇ ଡ଼ାକ୍ତର କୁନାଲଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।