ମଦ ପିଇବାକୁ ମନା କରିବାରୁ ସ୍ତ୍ରୀର ନାକ କାଟିଦେଲା ସ୍ୱାମୀ

ଶାହାଜାନ୍‌ପୁର୍‌ (ଉତ୍ତରପ୍ରଦେଶ): ଉତ୍ତର ପ୍ରଦେଶର ଶାହାଜାନ୍‌ପୁର୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ୱାମୀକୁ ଠିକ୍‌ ବାଟକୁ ଆଣିବାକୁ ଯାଇ ସ୍ୱାମୀର ରୋଷର ଶିକାର ହୋଇଛି ସ୍ତ୍ରୀ । ମଦ ପିଇବାକୁ ରୋକିବାରୁ ସ୍ତ୍ରୀର ନାକ କାଟିଛି ସ୍ୱାମୀ । ଏହି ଘଟଣା ପରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି । ଏହି ଘଟଣାଟି ବାହାଦୁର୍‌ପୁର ଗ୍ରାମରେ ଘଟିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।

DNA India

ସୂଚନା ମୁତାବକ, ସନ୍ଧ୍ୟା ସମୟରେ ପୀଡ଼ିତାଙ୍କ ସ୍ୱାମୀ ଆସି ଘରେ ମଦ ପିଇଥିଲେ । ସବୁ ଦିନ ଏପରି କରୁଥିବାରୁ ସେ ଆଗରୁ ତାଙ୍କ ସ୍ୱାମୀଙ୍କୁ ବୁଝାଇ ଆସୁଥିଲେ । ବାରମ୍ବାର ପୀଡ଼ିତା ଜଣଙ୍କ ମଦ ପିଇବାକୁ ରୋକୁଥିବାରୁ ତାଙ୍କ ସ୍ୱାମୀ ରାଗି ଯାଇ ପୀଡ଼ିତାଙ୍କ ନାକ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣା ପଡ଼ିଛି । ଅଧିକ ସୂଚନା ପାଇଁ ପୁଲିସ ଏତଲା ପାଇବା ପରେ ତଦନ୍ତ ଆରମ୍ଭ କରିିଛି ।

ସମ୍ବନ୍ଧିତ ଖବର