ବିବାହିତ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ

ଲୁଧିଆନା: ଲୁଧିଆନାର ମାଛିଓ୍ଵାଡା ବେଟ ଅଞ୍ଚଳରେ ଜଣେ ବିବାହିତ ମହିଳା ଓ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପୂର୍ବରୁ ବିବାହିତ ମହିଳା ଓ ଯୁବକ ଦୁହେଁ ଦୁହିଁଙ୍କୁ ଅନେକ ଦିନ ହେବ ଭଲ ପାଇ ଆସୁଥିଲେ। ଗତ କିଛିବର୍ଷ ହେବ ସେମାନେ ନିଜନିଜ ପରିବାରକୁ ଛାଡ଼ି ଏକାଠି ରିଲେସନ୍‌ସିପ୍‌ରେ ଥିଲେ। କିନ୍ତୁ କେହିଜଣେ ଦୁର୍ବୃତ୍ତ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେବା କଥା ଜାଣିବା ପରେ ଦୁହେଁ ମିଶି ଆତ୍ମହତ୍ୟା କରିଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଆତ୍ମହତ୍ୟା କରିଥିବା ମହିଳା ଓ ଯୁବକ ଦୁହେଁ ପୂର୍ବରୁ ବିବାହିତ ଥିଲେ। ସେମାନଙ୍କ ସନ୍ତାନ ବି ଥିଲା। ଏହା ସତ୍ତ୍ୱେ ବି ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ି ଯାଇଥିଲେ । ମହିଳା ତାଙ୍କ ସ୍ୱାମୀ ଓ ପିଲାଛୁଆକୁ ଛାଡ଼ି, ସେପଟେ ଯୁବକ ତାଙ୍କ ପତ୍ନୀ ଓ ସନ୍ତାନକୁ ଛାଡ଼ି ଘରୁ ଫେରାର ହୋଇଯାଇଥିଲେ। ଏକ ବର୍ଷ ପାଖାପାଖି ହେବ ଦୁହେଁ ଏକାଠି ରହୁଥିଲେ। ଦୁହିଁଙ୍କ ଏହି ସମ୍ପର୍କକୁ ନେଇ ଗ୍ରାମବାସୀ ସେମାନଙ୍କ ମଜାକ୍‌ ବି ଉଡାଉଥିଲେ।

ଏହାପରେ ଉକ୍ତ ମହିଳା ଓ ଯୁବକଙ୍କ ପରିବାର ସହିତ ଗ୍ରାମବାସୀଙ୍କ ଝଗଡ଼ା ଓ ଗଣ୍ଡଗୋଳ ହୋଇଥିଲ। କେହିଜଣେ ଉକ୍ତ ଯୁବକ ଓ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋକୁ ଭାଇରାଲ କରି ଦେଇଥିଲା। ଏହି ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ବଦନାମ ଭୟରେ ଦୁହେଁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଦୁହିଁଙ୍କୁ ସଙ୍ଗେସଙ୍ଗେ ହସ୍‌ପିଟାଲକୁ ନିଆଯାଇଥିଲେ ହେଁ ମହିଳାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର