ବୈବାହିକ ସାଇଟ୍‌ରେ ମିଛ ପରିଚୟ ଦେଇ ବିବାହ କରୁଥିଲେ ଯୁବକ, ଧରାପକାଇଲେ ପ୍ରଥମ ସ୍ତ୍ରୀ ଏବଂ ପିଲା

ନୂଆଦିଲ୍ଲୀ : ଶାଦି ଡ଼ଟ୍‌ କମ୍‌ରେ ନିଜର ନକଲି ପ୍ରୋଫାଇଲ ତିଆରି କରି ଜଣେ ଯୁବକ ବିବାହ ନାମରେ ଠକାମୀ କରିଛନ୍ତି । ଯୁବକଜଣଙ୍କ ନିଜକୁ ସ୍ପାଇସ୍‌ ଜେଟ୍‌ର ପାଇଲଟ ବୋଲି କହି ଦିଲ୍ଲୀର ଦ୍ୱାରକାରେ ଥିବା ଗୋଟେ ଫ୍ଲାଟ୍‌ ଏବଂ ହୋଟେଲ ସହିତ ପାର୍ଟନରସିପ୍‌ ଥିବା କଥା କହିଥିଲେ । ଏହା ଶୁଣିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ବିବାହ ପାଇଁ ରାଜି ହୋଇ ଯାଇଥିଲେ । କିନ୍ତୁ ବିବାହର ଗୋଟେ ଦିନ ପରେ ସବୁ ସତ ବାହାରକୁ ଆସିଥିଲା । ଅଭିଯୁକ୍ତଙ୍କ ପ୍ରଥମ ସ୍ତ୍ରୀ ଏବଂ ପିଲା ପୀଡ଼ିତାଙ୍କ ଘରେ ପହଞ୍ଚ ିସବୁ ସତ କଥା କହି ଦେଇଥିଲେ । ସବୁ ଜାଣି ପୀଡ଼ିତାଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ବିଜୟଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ghanalive.tv

ସୂଚନା ମୁତାବକ, ମର୍ଚ୍ଚାଣ୍ଟ ନାଭିରେ କାମ କରୁଥିବା ଏକ ପରିବାର ଝିଅର ବିବାହ ପାଇଁ ଶାଦି ଡ଼ଟ୍‌ କମ୍‌ରୁ ବିଜୟଙ୍କୁ ବାଛି ଥିଲେ । ବିଜୟଙ୍କ ଘର ବିହାରର ଦରଭଙ୍ଗାରେ ହୋଇଥିବା ବେଳେ ସେ ଦ୍ୱାରକାରେ ରହୁଥିବା ଜଣାଇଥିଲେ । ଦେଖା ହେବା ପରେ ବିଜୟ ନିଜକୁ ସ୍ପାଇସ୍‌ ଜେଟ୍‌ର ପାଇଲଟ ବୋଲି କହିବା ସହ ପ୍ରମୋସନ ଲେଟର ଏବଂ ଆଇଡ଼ି କାର୍ଡ଼ ଦେଖାଇଥିଲେ । ବିବାହ କଥା ଉଠିବା ପରେ ମୋତେ ଟ୍ରେନିଙ୍ଗ ପାଇଁ ଯିବାର ଅଛି । ଆପଣ ନିର୍ବନ୍ଧ ନ କରି ସିଧା ବାହାଘର କରନ୍ତୁ ବୋଲି ବିଜୟ କହିବା ପରେ ବିବାହ ତାରିଖ ଜୁନ୍‌ ୨୯କୁ ଠିକ୍‌ କରାଯାଇଥିଲା । ବିବାହ ପାଇଁ ହୋଟେଲ ବୁକ୍‌ କରିବା ପାଇଁ କହିବାରୁ ପରିବାର ଲୋକେ ୨.୩୦ଲକ୍ଷ ଟଙ୍କା ଦେଇ ହୋଟେଲ ବୁକ୍‌ କରାଇଥିଲେ । ଜୁନ୍‌ ୨୦ରେ ବିଜୟ ଘରର ଜିନିଷ ବିଷୟରେ ପଚାରିବା ଆରମ୍ଭ କରିଥିଲେ । ମୁଁ ଏବେ ହୋଟେଲରେ ଏକା ରହୁଛି । ଗୁରୁଗ୍ରାମର ସେକ୍ଟର-୯୦ରେ ମୁଁ ଘର କିଣିଛି । ତୁମେ ସବୁ ଜିନିଷ ସେଠାକୁ ପଠାଇ ଦିଅ ବୋଲି ବିଜୟ ପୀଡ଼ିତାଙ୍କ ପରିବାର ଲୋକଙ୍କୁ କହିଥିଲେ । ପରେ ପରିବାର ପାଇଁ ପୋଷାକ ଏବଂ ନିଜ ପାଇଁ କରାଯାଇଥିବା ସୁନାଗହଣାକୁ ଆଗୁଆ ଦେବା ପାଇଁ ବିଜୟ ପୀଡ଼ିତାଙ୍କ ପରିବାର ଲୋକଙ୍କୁ କହିଥିଲେ । ସବୁ ଠିକ୍‌ ଚାଲିଥିବା ବେଳେ ବିବାହ ପୂର୍ବ ଦିନ ପୀଡ଼ିତାଙ୍କ ମେହେନ୍ଦିକୁ ଜଣେ ମହିଳା ଆସି ତାଙ୍କୁ ବିଜୟ ଆମନ୍ତ୍ରଣ କରିଥିବା କହିଥିଲେ । କିନ୍ତୁ ବିଜୟଙ୍କୁ ଏ ନେଇ ପଚରାଯିବା ପରେ ମନା କରିବା ସହ ସେ ଉକ୍ତ ମହିଳାଙ୍କୁ କହିଥିଲେ, ତୁମକୁ ମନା କରିଥିଲି ଆସିବନି ବୋଲି କହିଥିଲେ । ଏହା ଶୁଣି ମହିଳା ଜଣଙ୍କ ସବୁ ସତ ମର୍ଚ୍ଚାଣ୍ଟ ପରିବାରକୁ କହିଥିଲେ । ବିଜୟ ତାଙ୍କୁ ମଧ୍ୟ ଶାଦି ଡ଼ଟ୍‌ କମ୍‌ ଜରିଆରେ ବିବାହ ପ୍ରତିଶ୍ରୁତି ଦେଇ ୧୭ଲକ୍ଷଟଙ୍କା ଠକି ନେଇଥିଲେ ବୋଲି ମହିଳା ସମସ୍ତଙ୍କୁ ଜଣାଇଥିଲେ । ଏ ସବୁ ପ୍ରମାଣ ନେଇ ମର୍ଚ୍ଚାଣ୍ଟ ପରିବାର ବିଜୟଙ୍କ ଘରେ ପହଞ୍ଚିବା ପରେ ସବୁ ସତ ମାନିଥିଲେ ବିଜୟ ।

ସମ୍ବନ୍ଧିତ ଖବର