ପନ୍ଦର ଜଣ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ କାର୍ଯ୍ୟକଳାପରେ ଲିପ୍ତ ରହି ବୌଦ୍ଧ ସନ୍ୟାସୀ ଗିରଫ

ଗୟା: ଗୟାରେ ୫ ନାବାଳକଙ୍କ ଦ୍ୱାରା ଅପ୍ରାକୃତିକ ଯୌନ କାରବାର କରାଇଥିବା ଅଭିଯୋଗରେ ପୁଲିସ୍‌ ବାଙ୍ଗ୍‌ଲାଦେଶର ବୈଦ୍ଧ ସନ୍ୟାସୀ ଭଂତେ ସୁଜାୟକୁ ଗିରଫ କରିଛି। ଗୟାର ଏସ୍‌ଏସ୍‌ପି ରାଜୀବ ମିତ୍ର କହିଛନ୍ତି ଯେ ‘ପଚରାଉଚରା ସମୟରେ ପୀଡ଼ିତ ନାବାଳକମାନେ ଯେଉଁ ବୟାନ ଦେଇଛନ୍ତି ତାହା ଯଥେଷ୍ଟ ଚମକାଇବା ପରି ଓ ଚିନ୍ତାଜନକ ମଧ୍ୟ।’

ସୂଚନା ରହିଛି ଯେ ବୁଧବାର ପ୍ରସନ୍ନ ଜ୍ୟୋତି ନବାସ ସ୍କୁଲ୍‌ ଆଣ୍ଡ୍‌ ମେଡିଟେସନ୍‌ ସେଣ୍ଟର୍‌ ୧୫ ନାବାଳକ ସଂଚାଳକ ବାଙ୍ଗ୍‌ଲାଦେଶର ବୈଦ୍ଧ ସନ୍ୟାସୀ ଭଂତେ ସୁଜାୟ ନାମରେ ଅନୈତିକ ଯୌନ କାରବାର ଅଭିଯୋଗ ଲଗାଇଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଉକ୍ତ ବୌଦ୍ଧ ସନ୍ୟାସୀକୁ ଗିରଫ କରି ଗତକାଲି ରାତିରୁ ଥାନାରେ ରଖିଛି। ଏହି ମାମଲାକୁ କେନ୍ଦ୍ର କରି ପୁଲିସ୍‌ ଅନ୍ୟ ୩ ଜଣ ସାଧୁଙ୍କ ସମେତ ୩ ଜଣ ସାଧାରଣ ଲୋକଙ୍କୁ ବି ହେପାଜତରେ ନେଇଛି।

ଏହି ଘଟଣାକୁ ନେଇ ଗୁରୁବାର ଇଣ୍ଟରନ୍ୟାସ୍‌ନାଲ୍‌ ବୁଦ୍ଧିଷ୍ଟ କାଉନ୍‌ସିଲ୍‌ (ଆଇବିି) ଏକ ଜରୁରୀ ବୈଠକ ଡକାଇଥିଲେ। ବୈଠକରେ ସମସ୍ତେ ଏହି ଘୃଣ୍ୟ ଘଟଣାର ନିନ୍ଦା କଲେ। ମହାସଚିବ ଭନ୍ତେ ପ୍ରଜ୍ଞା ଦୀପ କହିଛନ୍ତି ଯେ ଅଭିଯୁକ୍ତ ଆଇବିସିର ସଦସ୍ୟ ନୁହଁନ୍ତି। ସେ ସ୍ୱାଧୀନ ଭାବେ ନିଜ ସଂସ୍ଥା ଚଳାଉଛନ୍ତି।

ସମ୍ବନ୍ଧିତ ଖବର