ଭୂତ ଦ୍ୱାରା ବଶବର୍ତ୍ତୀ ହୋଇ ଚାରି ପିଲାଙ୍କୁ ଧରି କୂଅକୁ ଡେଇଁଲେ ମହିଳା

ଗାନ୍ଧୀନଗର: ଗୁଜୁରାଟର ଭାବନଗର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ନିଜର ପାଞ୍ଚ ଜଣ ପିଲାଙ୍କ ସହ ଏକ କୁଅ ଭିତରକୁ ଡେଇଁ ପଡ଼ିଥିବା ଜାଣିବାକୁ ମିଳିଛି। ତେବେ ମହିଳା ଜଣକ ଭୂତ ଦ୍ୱାରା ବଶବର୍ତ୍ତୀ ହୋଇ ଏପରି କରିଥିବା ସୂଚନା ରହିଛି। ତେବେ ପୁଲିସ୍‌ ପକ୍ଷରୁ ମଙ୍ଗଳବାର ଜାଣିବାକୁ ମିଳିଛି ଯେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ସେ ଆତ୍ମହତ୍ୟା କରିଛନ୍ତି।

ପୁଲିସ୍‌ କହିଛି ପଞ୍ଚ୍‌ ପିପ୍‌ଲା ଗ୍ରାମର ଗ୍ରାମବାସୀମାନେ ଅପରାହ୍ନରେ ମହିଳାଙ୍କୁ ନିଜ ପିଲାମାନଙ୍କ ସହ କୁଅକୁ ଡେଉଁଥିବାର ଦେଖିବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଧାଇଁ ଯାଇଥିଲେ। ସେମାନେ ମହିଳା ଏବଂ ତାଙ୍କର ବଡ଼ ଝିଅକୁ ଟାଣି ଟୁଣି କୁଅ ବାହାରକୁ ବାହାରି କରିବାରେ ସମର୍ଥ ହୋଇଥିଲେ। ପରେ ଅଗ୍ନିଶମ ଦଳ ଆସି ଅନ୍ୟମାନଙ୍କ ଶରୀରକୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ।

ଛଅ ମାସରୁ ନେଇ ଆଠ ବର୍ଷ ଭିତରେ ଥିବା ଚାରି ପିଲାଙ୍କୁ କୁଅ ମଧ୍ୟରୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ମହିଳା ଓ ତାଙ୍କ ବଡ଼ ଝିଅ ଧର୍ମିଷ୍ଟା ଜୀବିତ ଅଛନ୍ତି। ମହିଳା ଜଣକ କହିଛନ୍ତି କି ସେ ଆଖି ବନ୍ଦ କରିବା ପରେ ଭୂତ ତାଙ୍କୁ ବାଟ କଢ଼େଇ ନେଇ ଯାଇଥିଲା।

ଏହା ବ୍ୟତୀତ ସେ ଆହୁରି ବି କହିଛନ୍ତି କି ଗତ ଦୁଇ ବର୍ଷ ହେବ ତାଙ୍କ ପରିବାରରେ ଖୁବ୍‌ ଆର୍ଥିକ ସଙ୍କଟ ଦେଖା ଦେଇଛି। ସେ ଦିନରେ ଠିକ୍‌ କରି ଖାଇବାକୁ ପାଆନ୍ତି ନାହିଁ। ଏପଟେ ରାତିରେ ଭୂତ ଶୁଆଇ ଦିଏ ନାହିଁ। ସେ ନିଜକୁ ଶେଷ କରିବାକୁ ଚାହୁଁଥିଲେ। ମାତ୍ର ଚିନ୍ତିତ ଥିଲେ ଯେ ତାଙ୍କ ପରେ ତାଙ୍କ ପିଲାମାନେ କ’ଣ କରିବେ। ସେଥିପାଇଁ ସେ ପିଲାମାନଙ୍କ ସହ ଆତ୍ମହତ୍ୟା କରିବାକୁ ଉଚିତ ମଣିଥିଲେ।

ସମ୍ବନ୍ଧିତ ଖବର