କୋଲକାତା: ଡମ୍ପିଂ ୟାର୍ଡରୁ ପୁରୁଷ, ମହିଳା ଓ ଶିଶୁଙ୍କ ସିନ୍ଦୂର ବୋଳା ୪୦ ଖଣ୍ଡ ହାଡ଼ ଜବତ, ଅଞ୍ଚଳରେ ଆତଙ୍କ

ହାଓଡ଼ା: ପଶ୍ଚିମବଙ୍ଗର ହାଓଡ଼ା ନିକଟସ୍ଥ ଗୋସ୍ୱାମୀପଡ଼ା ଅଞ୍ଚଳରେ ପ୍ଲାଷ୍ଟିକ୍‌ରେ ଭର୍ତ୍ତି ହୋଇ ଡମ୍ପିଂ ୟାଡ଼ରେ ପଡ଼ିଥିବା କିଛି ମାନବ ହାଡ଼କୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ , ମଣିଷ ଶରୀରର ବିଭିନ୍ନ ଅଙ୍ଗର ପ୍ରାୟ ୪୦ରୁ ୫୦ ଖଣ୍ଡ ହାଡ଼ ଘଟଣାସ୍ଥଳରୁ ମିଳିଛି ଓ ସେଥିରେ ଏକ ନମ୍ବର ଲେଖାଯାଇ ସିନ୍ଦୂର ଲାଗିଛି। ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ଯେ କେତେକ ବୁଲାକୁକୁର ଡମ୍ପିଂ ୟାର୍ଡ଼ରେ ପଡ଼ିଥିବା ପ୍ଲାଷ୍ଟିକକୁ ଚିରି ସେଥିରେ ଖେଳୁଥିବା ବେଳେ ଏହି ମଣିଷ ହାଡ଼ ସମ୍ପର୍କରେ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜବତ ହାଡ଼ ଗୁଡ଼ିକ ମୁଖ୍ୟତଃ ଶରୀରର ନିମ୍ନ ଅଂଶର ।ଏହି ସିନ୍ଦୁର ଲଗାଯାଇଥିିବା ହାଡ଼ ଭିତରେ ବୟସ୍କ ମହିଳା, ପୁରୁଷ ଓ ଶିଶୁଙ୍କର ହାଡ଼ ଥିବା ଜଣାଯାଇଛି। ପୁଲିସ ଏହି ଘଟଣାକୁ ଖୁବ୍‌ ରହସ୍ୟମୟ ବୋଲି କହିବା ସହିତ ଏହାର ଫୋରେନସିକ୍‌ ଯାଞ୍ଚ ପାଇଁ ପଠାଇଛି। କୌଣସି ତାନ୍ତ୍ରିକ କାଣ୍ଡ ପାଇଁ ହାଡ଼ଗୁଡ଼ିକ ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର