ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା, ଫେରାର ସ୍ୱାମୀ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ତୁରୁଗୁଡିଗ୍ରାମରେ ମଦ ପିଇବାକୁ ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟାକରି ଫେରାର ଥିବା ସ୍ୱାମୀ ରବି ମାଣ୍ଡିଙ୍ଗାକୁ ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉକି ଶୁକ୍ରବାର ରାତିରେ ରବି ମାଣ୍ଡିଙ୍ଗା ମଦ ପିଇବାକୁ ନିଜ ସ୍ତ୍ରୀକୁ ପଇସା ମାଗିଥିଲା। ସ୍ତ୍ରୀ ଶହେ ଟଙ୍କା ନ ଦେବାରୁ ରାଗରେ ଜର୍ଜରିତ ସ୍ୱାମୀ ଓଢଣି ଦ୍ୱାରା ନିଜ ସ୍ତ୍ରୀକୁ ହତ୍ୟାକରି କେଉଁଆଡେ ଫେରାର ଥିଲା। ଘଟଣାର ୫ଦିନ ପରେ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରି ଲକ୍ଷ୍ମୀପୁର କୋର୍ଟଚାଲାଣ କରିଥିବା ଆଇଆଇସି ତପନ ନାହାକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର