ପତ୍ନୀଙ୍କୁ ନିର୍ଯାତନା ଦେଇ ସ୍ୱାମୀ ଗିରଫ

ଭୁବନେଶ୍ୱର : ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ କଟକ ଜିଲ୍ଲା ବରଙ୍ଗ ଅଞ୍ଚଳର ରମେଶ ମହାରଣା(୬୨)ଙ୍କୁ ଗିରଫ କରିଛି। ସେ ଏଠାରେ ନୂଆପଲ୍ଲୀ ଏକାମ୍ରବିହାର ଅଞ୍ଚଳରେ ରହୁଥିଲେ। ଗତ କିଛିମାସ ହେବ ପାରିବାରିକ ସମସ୍ୟାକୁ ନେଇ ରମେଶ ଓ ପତ୍ନୀ କୌଶଲ୍ୟାଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା। ଫଳରେ ରମେଶ ପତ୍ନୀ କୌଶଲ୍ୟାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ତେବେ ଗୁରୁବାର ରାତିରେ ରମେଶଙ୍କ ଅତ୍ୟାଚାର ସୀମା ଟପିଯାଇଥିଲା। ଅମର ଉତ୍ତ୍ୟକ୍ତ ହୋଇ କୌଶଲ୍ୟାଙ୍କୁ ମାଡ଼ ମାରିଥିଲେ। ଏନେଇ କୌଶଲ୍ୟା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର