ପୁରୁଷଙ୍କ ପ୍ରତି ଆଗ୍ରହୀ ଥିବା ନାବାଳକ ଅନେକଙ୍କ ସହ ରଖୁଥିଲେ ଶାରୀରିକ ସଂପର୍କ; କଙ୍ଗନାଙ୍କ ଫିଲ୍ମ ସୁଟିଂ ସେଟ୍‌ରୁ ହେୟାର୍‌ ଷ୍ଟାଇଲିଷ୍ଟ୍‍ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ସୁଟିଂ ହେଉଥିବା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ଅପ୍‌କମିଂ ଚଳଚ୍ଚିତ୍ରର ସୁଟିଂ ସେଟ୍‌ରେ ହେୟାର୍‌ ଷ୍ଟାଇଲିଷ୍ଟ୍‍ ବ୍ରେନ୍‌ଡନ୍‌ ଦେ ଜିଙ୍କୁ ପୁଲିସ୍‌ ଗିରଫ କରିଛି। ବ୍ରେନ୍‌ଡନ୍‌ ଜଣେ ୧୬ ବର୍ଷିଅ ନାବାଳକ ସହ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏହି ହେୟାର୍‌ଷ୍ଟାଇଲିଷ୍ଟ୍‍ ଜଣକ ଉକ୍ତ ୧୬ ବର୍ଷିଅ ନାବାଳକଙ୍କୁ ଏକ ଡେଟିଂ ଆପ୍‌ରୁ ଚିହ୍ନିବା ପରେ ତାଙ୍କ ସହ ଅନେକ ବାର ଶାରୀରିକ ସଂପର୍କ ସ୍ଥାପନ କରିଥିଲେ। ଏହି ନାବାଳକ ଜଣକ ମଧ୍ୟ ଏକ ଡେଟିଂ ଆପ୍‌ ଜରିଆରେ ଅନେକ ବ୍ୟକ୍ତିଙ୍କ ସହ ସଂପର୍କ ରଖିଥିବା ବି ଜାଣିବାକୁ ମିଳିଛି।

ଅଭିଯୁକ୍ତ ଜଣକ ହେଉଛନ୍ତି ଦକ୍ଷିଣ ଆଫ୍ରିକାର। ଅଭିଯୁକ୍ତଙ୍କୁ ପୋସ୍କୋ ଆକ୍ଟ ଅନୁସାରେ ଗିରଫ କରାଯାଇ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ପୁଲିସ୍‌ ହେପାଜତ୍‌ରେ ରଖାଯାଇଛି।

ସୂଚନା ରହିଛି ଯେ ପୀଡ଼ିତ ଯୁବକ ଜଣକ ଡେଟିଂ ଆପ୍‌ରେ ପୁରଷଙ୍କ ପ୍ରତି ଆଗ୍ରହୀ ଥିବା ଉଲ୍ଲେଖ କରିଥିଲେ। ଫଳରେ ବ୍ରେନ୍‌ଡନ୍‌ ତାଙ୍କ ସହ ବାର୍ତ୍ତାଳପ ବଢ଼ାଇ ସଂପର୍କ ସ୍ଥାପନ କରିଥିଲେ।

ନାବାଳକ ଜଣକ ନିଜ ରୁମ୍‌ ଭିତରେ ଜଣେ ଅଜଣା ଲୋକ ସହ ଅସଂଯତ ଅବସ୍ଥାରେ ଥିଲେ। ସେହି ସମୟରେ ତାଙ୍କ ମାଆ ତାଙ୍କୁ ଦେଖି ପକାଇବାରୁ ସେ ପୁରୁଷଙ୍କ ପ୍ରତି ଆଗ୍ରହୀ ବୋଲି ମାଆଙ୍କୁ ପ୍ରକାଶ କରିଥିଲେ। ଏହି ନାବାଳକଙ୍କ ସହ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗରେ ସ୍କୁଲ୍‌ ଶିକ୍ଷକ, ବ୍ୟବସାୟୀ, ଅଜଣା ବ୍ୟକ୍ତି ଆଦି ସମୁଦାୟ ୮ ଜଣଙ୍କୁ ଗିରଫ କରାଯାଇ ସାରିଲାଣି।

ସମ୍ବନ୍ଧିତ ଖବର