ଡାକ୍ତରଖାନାର ଖର୍ଚ୍ଚ ଉଠାଇ ପାରୁ ନଥିବାରୁ ସାଙ୍ଗର ସାହାଯ୍ୟ ନେଇ ୫ବର୍ଷର ପୁଅକୁ ହତ୍ୟା କଲା ବାପା
ବେଙ୍ଗାଲୁରୁ : କର୍ଣ୍ଣାଟକର ଜଣେ ଯୁବକ ନିଜ ୫ବର୍ଷର ପୁଅକୁ ହତ୍ୟା କରାଇବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଅର ଚିକିତ୍ସା ପାଇଁ ଟଙ୍କା ନଥିବାରୁ ଅଭିଯୁକ୍ତ ବାପା ନିଜ ବନ୍ଧୁଙ୍କ ସହାୟତାରେ ଏପରି କରିଥିବା ଜଣା ପଡ଼ିଛି । ଗୁରୁବାର ପୁଲିସ ଘଟଣାର ସୂଚନା ପାଇ ଦୁଇଜଣଙ୍କୁ ଗିରଫ କରିଛି । ପଚରାଉଚରା ପରେ ଚିକିତ୍ସା ପାଇଁ ଟଙ୍କା ନଥିବାରୁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ପୀଡ଼ିତଙ୍କ ବାପା ।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୁକ୍ତ ବାପା ଏମ୍ ଜୟପ୍ପାଙ୍କ କହିବା ଅନୁଯାୟୀ, ପୁଅକୁ ଅପସ୍ମାର ରୋଗ ହୋଇଥିବା ବେଳେ ଚିକିତ୍ସା ପାଇଁ ମୋ ପାଖରେ ଟଙ୍କା ନଥିଲା । ପ୍ରତିଦିନର ଡାକ୍ତରଖାନା ଖର୍ଚ୍ଚ ଉଠାଇ ମୁଁ ବିରକ୍ତ ହୋଇ ଯାଇଥିଲି । ଦିନ ମଜୁରିଆ ଭାବେ କାମ କରି ମୋତେ ୧୦୦ଟଙ୍କା ମିଳୁଥିବା ବେଳେ ପୁଅର ଡାକ୍ତରଖାନା ଖର୍ଚ୍ଚ ଦିନକୁ ୧,୦୦୦ଟଙ୍କା ଥିଲା । ୩ବର୍ଷ ମଧ୍ୟରେ ମୁଁ ଚିକିତ୍ସା ପାଇଁ ୪ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲି । ସବୁ ପରେ ବି ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁ ନଥିଲା । ଯାହା ପାଇଁ ମୁଁ ଶେଷରେ ତାକୁ ହତ୍ୟା କରିବାକୁ ଯୋଜନା କରିଥିଲି । ମୋର ବନ୍ଧୁଙ୍କୁ ୫୦,୦୦୦ଟଙ୍କା ଦେଇ ମୁଁ ମୋ ପୁଅକୁ ହତ୍ୟା କରାଇଥିଲି ।