େଓ୍ଵଡିଙ୍ଗ୍‌ ଫଟୋଗ୍ରାଫି ଷ୍ଟୁଡିଓ ଅଶ୍ଲୀଳ ଭିଡ଼ିଓ ସାଇଟ୍‌ରେ ଛାଡ଼ୁଥିଲେ ନବବଧୂଙ୍କ ଫଟୋ

ଥିରୁବନନ୍ତପୁରମ୍‌ : କେରଳରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଏହି ଘଟଣା ବିଷୟରେ ଜାଣିବା ପରେ ବୋଧହୁଏ କେହି ନିଜ ବିବାହରେ ଫଟୋ ଉଠାଇବା ପାଇଁ ଚାହିଁବେ ନାହିଁ । ବିବାହ ସମୟର ମୁହୂର୍ତ୍ତକୁ ସବୁଦିନ ପାଇଁ ବଞ୍ଚାଇ ରଖିବା ପାଇଁ ଲୋକମାନେ ଫଟୋ ଉଠାଇ ଥାଆନ୍ତି । କିନ୍ତୁ ଯଦି ସେ ଫଟୋକୁ ଖରାପ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଏ ତା’ହେଲେ? କେବେ ଆପଣ ଭାବିଛନ୍ତି କି ବିବାହ ବେଳେ ଉଠା ଯାଉଥିବା ଫଟୋ କିଛି ଖରାପ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରେ ବୋଲି? ତେବେ ଏହି ଘଟଣା ବିଷୟରେ ଜାଣିବା ପରେ ଆପଣ ଭାବିବା ପାଇଁ ବାଧ୍ୟ ହେବେ ।
କେରଳର କୋଝିକୋଡ଼େ ଜିଲ୍ଲାରେ ଥିବା ଫଟୋ ଷ୍ଟୁଡ଼ିଓ ବଧୂମାନଙ୍କର ଫଟୋକୁ ଅଶ୍ଳୀଳ ଭିଡ଼ିଓ ସାଇଟ୍‌ରେ ଛାଡ଼ୁଥିବାର ଅଭିଯୋଗ ହୋଇଛି । କୋଝିକୋଡ଼େ ଜିଲ୍ଲାରେ ଥିବା ସଦ୍ୟମ ସୁଟ୍‌ ଆଣ୍ଡ ଏଡ଼ିଟ୍‌ରେ କାମ କରୁଥିବା ଫଟୋଗ୍ରାଫରମାନେ ବିଭିନ୍ନ ବିବାହରେ ଉଠାଇଥିବା ଫଟୋକୁ ପର୍ଣ୍ଣୋଗ୍ରାଫି ସାଇଟ୍‌ରେ ଛାଡ଼ି ଟଙ୍କା ଆୟ କରୁଥିଲେ ବୋଲି ଜଣାପଡ଼ିଛି ।

Mode Analytics

ସୂଚନା ମୂତାବକ, କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ନିଜ ନିଜର ଅଶ୍ଳୀଳ ଫଟୋ ଦେଖି ମହିଳାମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଫଟୋକୁ ଭଲ ଭାବରେ ଦେଖିବା ପରେ ତାହା ବିବାହ ଭୋଜିରେ ନିଆଯାଇଥିଲା ବୋଲି ସେମାନେ ଜାଣି ଏ ନେଇ ପୁଲିସରେ ଏତଲା ଦେଇଥିଲେ । ଷ୍ଟୁଡ଼ିଓ ବିରୋଧରେ ଏତଲା ମିଳିବା ପରେ ପୁଲିସ ତଦନ୍ତ କରିବା ସହ ଷ୍ଟୁଡ଼ିଓରୁ ଅନେକ ଆପତ୍ତିଜନକ କାଗଜପତ୍ର ଜବତ କରିଛି । ଏହା ସହ ଷ୍ଟୁଡ଼ିଓର ଦୁଇ ଜଣ ମୁଖ୍ୟ ଦିନେଶନ୍‌ ଏବଂ ସଠିସେନ୍‌ଙ୍କ ସମେତ ତାଙ୍କର ସହଯୋଗୀଙ୍କୁ ପୁଲିସ ଗିରଫ କରିିଛି ।

ସମ୍ବନ୍ଧିତ ଖବର